ଆର୍ଶିବାଦ ସୁନା ବନ୍ଦକ ଶହେତମ ଶାଖା ଉଦଘାଟିତ
ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ବୀରପ୍ରତାପୁର ଗ୍ରାମ ପଞ୍ଚାୟତର ବିରନରସିଂହପୁର ଠାରେ ଆର୍ଶିବାଦ ଗୋଲଡ ଋୁଣର ଶହେତମ ଶାଖା ଉଦଘାଟିତ ହୋଇଯାଇଛି । ମାସକ ୧ଶତକଡା ସୁଧ ହାର ସାଙ୍ଗକୁ ଏବଂ ବହୁ କମ ସମୟ ମଧ୍ୟରେ ଋୁଣ ମଞ୍ଜୁର କରାଯାଇ ପାରିବ ବୋଲି ଶାଖା ପରିଚାଳକ ବିନୋଦ ସେଠୀ କହିଛନ୍ତି । କରୋନା ସମୟରେ ଏହି ଶାଖା ଜନସାଧାରଣଙ୍କୁ ସହଯୋଗର ହାତ ବଡାଇ ପାରିବ ବୋଲି ସେ ଆଶା ରଖିଛନ୍ତି । ସଂସ୍ଥାର ଅଧ୍ୟକ୍ଷ ନନ୍ଦ କୁମାର ଓ ପ୍ରବନ୍ଧ ନିର୍ଦ୍ଦେଶକଶ୍ରୀ ବି, ଏନ, ରବୀନ୍ଦ ବାବୁ ଭରଚୁଆଲ ମାଧ୍ୟମରେ ଶାଖା ଉଦଘାଟନ କରିଥିଲେ । କ୍ଷେତ୍ର ପରିଚାଳକ ରାକେଶ ବିଷୋୟୀ, ଏବଂ ଆଞ୍ଚାଳିକ ପରିଚାଳକ ମନୋଜ କୁମାର ଜେନା,ଅତିଥି ଭାବେ ପୁରୀ ଜିଲ୍ଲା ଅଧ୍ୟକ୍ଷା ସରୋଜିନୀ ବେହେରା, ବିରପ୍ରତାପୁର ସରପଞ୍ଚବଇଁଶ ଧର ମହାନ୍ତି, ପୂର୍ବତନ ସରପଞ୍ଚ ମଧୁସୁଦନ ନନ୍ଦ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶାଖା ଉଦଘାଟନ କରିବା ସହ କେକ କାଟିଥିଲେ । ଅଞ୍ଚଳର ଆଇନଜୀବୀ , ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରମୁଖ ଉଦଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୧----=୮,୧୫
Sakhigopal News, 30/7/2021