ଓଡ଼ିଆ ବିଶ୍ବବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ
ସାକ୍ଷୀଗୋପାଳ ---ସତ୍ୟବାଦୀଠାରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ସେପ୍ଟେମ୍ବର ୫ତାରିଖ, ୨୦୨୩ରୁ ବିଧିବଦ୍ଧଭାବରେ ଶିକ୍ଷାଦାନ ଚାଲିଛି । ୨୦୨୩ ମସିହାରେ ୩ଟି ବିଭାଗରେ ନାମଲେଖା ହୋଇଥିଲା । ଛାତ୍ରଛାତ୍ରୀମାନେ ନିୟମିତ ରୂପରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଦେବା ସହିତ ତାଙ୍କର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଉଥିଲା। ୨୦୨୩-୨୫ ବ୍ୟାଚ ର ଛାତ୍ରଛାତ୍ରୀମାନଙ୍କର ଚତୁର୍ଥ ସେମିଷ୍ଟାର ଅର୍ଥାତ୍ ଶେଷ ପରୀକ୍ଷା ଫଳ ପ୍ରକାଶିତ ହେବା ଫଳରେ ବିଶ୍ବବିଦ୍ୟାଳୟରେ ଆନନ୍ଦ ପ୍ରକାଶ ପାଇଛି। ଅଧ୍ୟାପକ ଓ ଛାତ୍ର ପରିସରରେ ଯଥା ସମୟରେ ସଫଳତାର ସହିତ ପରୀକ୍ଷା ଫଳ ପ୍ରକାଶନ ଯୋଗୁଁ ଶ୍ରମ ସାର୍ଥକ ହେବାର ସନ୍ତୋଷ ପରିଲକ୍ଷିତ ହୋଇଛି। କୁଳପତି ପ୍ରଫେସର ସବିତା ପ୍ରଧାନ ଏଥିନିମନ୍ତେ ବିଶ୍ଵବିଦ୍ୟାଳୟର ସମସ୍ତଙ୍କୁ ସାଧୁବାଦ ଜଣାଇବା ସହିତ ଅଧ୍ୟାପକ ମାନଙ୍କର ନିରବଚ୍ଛିନ ଅଧ୍ୟାପନା ଓ ସହଯୋଗକୁ ଶ୍ରଦ୍ଧାର
ସହିତ ସ୍ମରଣ କରିଛନ୍ତି। ୨୦୨୩-୨୫ ମସିହାରେ ନାମ ଲେଖିଥିବା ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟର ପ୍ରଥମ ବ୍ୟାଚ ଭାବରେ ଗୌରବାନ୍ଵିତ ହେବେ ଓ ସ୍ମରଣୀୟ ରହିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିମନ୍ତେ ନିବେଦିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ସଫଳତାର ସହିତ ତା'ର ପ୍ରଥମ ବ୍ୟାଚ୍ ର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକାଶ କରିପାରିଥିବାର ଶ୍ରେୟ ପରୀକ୍ଷା ବିଭାଗ ଓ ପରୀକ୍ଷା ନିୟନ୍ତ୍ରକ ଡ. ଶୁଭେନ୍ଦୁ କୁମାର ପରିଡ଼ାଙ୍କର ବୋଲି କୁଳପତି ପ୍ରକାଶ କରିଛନ୍ତି। ଏଠାରେ ଥିବା ୩ଟି ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଜଣ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ବିଭାଗ , ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ଓ ଆଂଚଳିକ, ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗରେ ଯଥାକ୍ରମେ ମିଲନ କୁମାର ଦାଶ , ସ୍ଵାତୀ ସୁମନ ମହାପାତ୍ର ଓ ଗାୟତ୍ରୀ ବରାଳ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତିବୋଲି କୁଳପତି ଙ୍କ ଠାରୁ ସୂଚନା ମିଳିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୬/୨୦୨୫--୧୧,୨୦ Sakhigopal News,5/6/2025