ଥାଇବକ୍ସିଂ ସଂଘ ଜିଲ୍ଲା ସାଧାରଣ ସମ୍ପାଦକ ହେଲେ ନଟବର ସେଠୀ
ଡେଲାଙ୍ଗ ---- ଥାଇବକ୍ସିଂ ସଂଘର ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ଶାରୀରିକ କ୍ରିଡା ଶିକ୍ଷକ ନଟବର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଥାଇବକ୍ସିଂ ରାଜ୍ୟ ସଂଘର ମହାସଚ୍ଚିବ ଶୁଭେନ୍ଦୁ ସାମନ୍ତରାୟ ଚୟନ କରିଛନ୍ତି । ସେଠୀଙ୍କ ଏହି ନିଯୁକ୍ତି ଖବର ପ୍ରସାର ହେବା ପରେ ଡେଲାଙ୍ଗ ବ୍ଲକର କ୍ରିଡାବିତ୍ ଓ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମହତାବ ଷ୍ପୋର୍ଟସ ଏକାଡେମି ଡେଲାଙ୍ଗ ତରଫରୁ ଶ୍ରୀସେଠୀଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉତରାୟ,ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ , ସୁଜନପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ରାଉତରାୟ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୨୮---୮,୪୦ Sakhigopal News.29/7/221