Breaking News

ଦିବ୍ୟାଙ୍ଗ ପରିବାରଙ୍କୁ ସହାୟତାର ହାତ ବଡାଇଲେ ସ୍ୱୋଚ୍ଛାସେବୀ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତଗର୍ତ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବାହ୍ମଣପଡା ଗ୍ରାମରେ ଏକ ଦିବ୍ୟାଙ୍ଗ ପରିବାରକୁ ସହାୟତା ଯୋଗାଇ ଦେଇଛନ୍ତି । ଭୁବନେଶ୍ୱରର ପିପୁଲ ଫର ସେବା ଓ ଜୟଦେବ ଟିମ ପିପିଲିର ମିଳିତ ସହଯୋଗରେ ଦିବ୍ୟାଙ୍ଗ ପରିବାରଙ୍କୁ ମାସକ ପାଇଁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି । ବିଶୁ ଦୀକ୍ଷିତ ଓ ପ୍ରକାଶ ସାହୁଙ୍କ ତତ୍ୱବଧାନରେ ଏହି ସାମଗ୍ରୀ ବଣ୍ଟନ କରାଯିବା ସହ ଗାମୁଛା ୮ ଖଣ୍ଡ ଓ ଶାଢ଼ି ୧ଟି ଓ ୫ହଜାର ଟଙ୍କା ପ୍ରଦାନ କରାଯାଇଛି । ଉକ୍ତ ପରିବାରଙ୍କୁ ଅନୁଷ୍ଠାନ ପକ୍ଷରୁ ଏକ ନୂତନ ଗ୍ୟାସ ଯୋଗାଇ ଦିଆଯିବା ବୋଲି ସ୍ମୃତି ରଞ୍ଜନ ସେଠୀ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମି ମିଶ୍ର, , ଦୀଲିପ କୁମାର ,ଅଜୟ ବେହେରା,ରଶ୍ମିତା ମହାପାତ୍ର, କବି,ସୌାମ୍ୟ ଓ ସଂଗ୍ରାମ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୦୨୧----୮,୨୫ 

 Sakhigopal News, 29/7/2021

Blog Archive

Popular Posts