ଡେଲାଙ୍ଗରୁ ବାସନ୍ତି, ପିପିଲିରୁ ଜୋସ୍ନା,ପିପିଲି ଏନ୍ଏସିରୁ ମମତା , ସତ୍ୟବାଦୀରୁ ଯମୁନା ମହିଳା ସଭାନେତ୍ରୀ ମନୋନୀତ
ଡେଲାଙ୍ଗ----ରାଜ୍ୟ ବିଜୁ ମହିଳା ଜନତା ଦଳ ପକ୍ଷରୁ ପୁରୀ ଜିଲ୍ଲା ବ୍ଲକ ସଭାନେତ୍ରୀଙ୍କ ନାମ ଘୋଷଣା କରାଯାଇଛି । ଡେଲାଙ୍ଗ ବ୍ଲକରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ଭାବେ ବାସନ୍ତି ସାହୁଙ୍କ ନାମ ଘୋଷଣା ହୋଇଥିବା ବେଳେ ପିପିଲି ବ୍ଲକ ପାଇଁ ଜୋସ୍ନାରାଣୀ ପୁଷ୍ଟି ,ପିପିଲି ଏନ୍ଏସି ପାଇଁ ମମତା ମଲ୍ଲିକଙ୍କ ନାମ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ ଘୋଷଣା କରିଛନ୍ତି । ଡେଲାଙ୍ଗ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଭାବେ ମନୋନୀତ ହେବାପରେ ବାସନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ,ପିପିଲି ଡେଲାଙ୍ଗ ବିଜେଡି ବିଧାୟକ ପ୍ରାର୍ôଥ ରୁଦ୍ର ପ୍ରତାପ ମହାରଥିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସତ୍ୟବାଦୀ ବ୍ଳକ ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ଭାବେ ହରପିୟା ( ଯମୁନା ) ବେହେରାଙ୍କୁ ମନୋନୀତ ହେବାପରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୭/୨୦୨୧----୮,୩୦
akhigopal News, 27/7/2021