Breaking News

ଖଣ୍ଡପଡ଼ା ଉପନିବନ୍ଧକଙ୍କ କାର୍ଯାଳୟରେ ଅବ୍ୟବସ୍ଥାକୁ ନେଇଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି,

ନୟାଗଡ଼----- ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୧୮ ମାସ ଧରି ଉପନିବନ୍ଧକ ପଦଵୀଟି ଖାଲି ପଡ଼ିଛି।ଖଣ୍ଡପଡ଼ା ତହସିଲଦାର ପାର୍ଥ ସାରଥୀ ହାଁସଦା ଉପନିବନ୍ଧକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଯାହା ଫଳରେ କି  ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଖଣ୍ଡପଡ଼ା ତହସିଲଦାର ଓ ଉପନିବନ୍ଧକଙ୍କ କାର୍ଯାଳୟ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯାଳୟରେ ଜଣେ ପ୍ରଶାସନିକ ଅଧିକାରୀ କିଭଳି ଦାୟତ୍ୱ ତୁଲାଉ ଥିବେତାହା ସାଧାରଣରେ ସ୍ପଷ୍ଟ ଅନୁ ମେୟ । ତହସିଲଦାର ସଦା ସର୍ବଦା ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତରହି ଉପନିବନ୍ଧକଙ୍କ କାର୍ଯାଳୟକୁ ଆସୁନଥିବାରୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅଞ୍ଚଳ ବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଉପନିବନ୍ଧଙ୍କ କାର୍ଯାଳୟରେ ଦଲିଲ ଗୁଡିକ ପଞ୍ଜିକରଣ ହୋଇନପାରି ମାସ ମାସ ଧରି ପଡି ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଜମିଓ ଜାଗା ବାଡ଼ି କିଣା ବିକା ନିମନ୍ତେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅପରପକ୍ଷେ ଜମି କିଣା ବିକା ବାବଦରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଥିବା ଅଭିଯୋଗ ହେଉଛି।ଉପ ନିବନ୍ଧକଙ୍କ କାର୍ଯାଳୟରେ ଜଣେଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଖଣ୍ଡପଡ଼ା ମୋହରୀର ସଂଘ ର ସଦସ୍ୟ ମାନେ ଦାବି କରିବା ସହ ଏସମ୍ପର୍କରେ ଏକ ଦାବିପତ୍ର ନୟାଗଡ ଜିଲ୍ଲାପାଳଙ୍କୁ  ପ୍ରଦାନ କରିଥିବା ଜଣାପଡିଛି।ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ମୋହରୀର ସଂଘର ସଦସ୍ୟ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।କରୋନା କାଳରେଖଣ୍ଡପଡ଼ା ଓ ଭାପୁରଅଞ୍ଚଳରୁ ଦୈନିକ ସହ  ସହ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଉପନିବନ୍ଧକଙ୍କ କାର୍ଯାଳୟକୁ ଦୌଡ଼ି ଥିଲେ ହେଁ ଅଧିକାରୀ ଙ୍କ ଅନୁପସ୍ଥିତ ଯୋଗୁ ନିରାଶ ହୋଇ ଘରକୁ ଫେରୁଥିବା ସାରହେଉଛି। ବିଭାଗ୍ୟୟ ଉଚ୍ଚ କର୍ତ୍ତୃପକ୍ଷଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଯେଉଁ ଆନ୍ଦୋଳନ ହେବ ସେଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦାୟୀ ରହିବେ ।
 ନୟାଗଡ, ନିରଂଜନ ଦାସ ,୧/୮/୨୦୨୧------ ୫,୦୦ Sakhigopal News,1/8/2021

Blog Archive

Popular Posts