ଜିଲ୍ଲା ବିଜେଡି ମହିଳା ଉପସଭାନେତ୍ରୀ ହେଲେ ସତ୍ୟବାଦୀର କନକଲତା ପଣ୍ଡା
ସାକ୍ଷୀଗୋପାଳ ----ରାଜ୍ୟ ବିଜୁ ମହିଳା ଜନତା ଦଳ ପକ୍ଷରୁ ପୁରୀ ଜିଲ୍ଲା ପାଇଁ ବିଭିନ୍ନ ପଦ ପଦବୀ ଘୋଷଣା କରାଯାଇଛି । ସତ୍ୟବାଦୀ ବ୍ଳକର ମହିଳା ନେତ୍ରୀ କନକଲତା ପଣ୍ଡା ଜିଲ୍ଲା ବିଜେଡି ମହିଳା ଉପ ସଭାନେତ୍ରୀ ଭାବେ ତାଙ୍କ ନାମ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ ଘୋଷଣା କରିଛନ୍ତି । ଏହି ଘୋଷଣା ହେବା ପରେ ସତ୍ୟବାଦୀ ବ୍ଳକର ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଶ୍ରୀମତି ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତି ପଣ୍ଡା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୦୨୧----୮,୨୫ Sakhigopal News, 29/7/2021