Breaking News

ତିନୋଟି ଶିଶୁକୁ ଉଦ୍ଧାର କଲା ସ୍ଥାନୀୟ ପ୍ରଶାସନ


ଗ୍ଞ୍ଜାମ (ଧରାକୋଟ )---ମାନବିକତା ଦେଖାଇଲେ ଧରାକୋଟ ଥାନା ଅଧିକାରୀ ।ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ତାଳପଟଣା ଗ୍ରାମରେ ଆଜି ସକାଳ ସମୟରେ ଦୁଇଜଣ ନା ବାଳିକା ଓ ଜଣେ ନାବାଳକ ନିଜ ଘର ରାସ୍ତା ଭୁଲିଯାଇ ତାଳପଟଣା ଚାଲିଆସିଥିଲେ । ଧରକୋଟର ଜଣେ ସାମ୍ବାଦିକ କାଳୁ ଚରଣ ମହାପାତ୍ର ସେମାନନଙ୍କୁ ଦେଖିଥିଲେ ।ଉକ୍ତ ତିନି ଜଣଙ୍କୁ ତାଙ୍କର ଘର ଠିକଣା ପଚାରିଥିଲେ କିନ୍ତୁ ସେମାନେ ବହୁତ ଭୟଭୀତ ଥିଲେ ଫଳରେ କିଛି କହି ପାରୁନଥିଲେ । ସେମାନେ ଭୋକରେ ଥିବା ଜାଣି ତାଙ୍କୁ ଖାଇବାକୁ ଦେଇଥିଲେ । ପରବର୍ତ୍ତୀ ସମୟରେ ସାମ୍ବାଦିକ ଜଣଙ୍କ ସ୍ଥାନୀୟ ପୋଲିସରେ ସୂଚନା ଦେବା ପରେ ପୋଲିସ ସେଠାରେ ପହଞ୍ଚି ତିନି ଜଣଙ୍କୁ ଥାନାକୁ ଆଣିଥିଲେ ।ପିଲା ମାନଙ୍କଠୁ ତାଙ୍କ ଘର ଠିକଣା ପୋଲିସ ଜାଣିବା ପରେ ସ୍ଥାନୀୟ ବିଡ଼ିଓ ଓ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ମିଳିତ ଭାବେ ପିଲା ମାନଙ୍କୁ ତାଙ୍କ ବାପା ମାଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରଶାସନର ଏହି କାମକୁ ଏବେ ସ୍ଥାନୀୟ ଲୋକମାନେ ପ୍ରଶଂସା କରୁଛନ୍ତି ।
ରିପୋର୍ଟର - କାଳୁ ଚରଣ ମହାପାତ୍ର, ୨୯/୭/୨୦୨୧----୬,୦୦ Sakhigopal News,29/7/2021

Blog Archive

Popular Posts