Breaking News

ନକଲି ବିଦେଶୀ ମଦ କାରବାର ; ୫ ଗିରଫ , ବହୁ ପରିମାଣର ମଦ ଜବତ

 
 ଭଞ୍ଜନଗର---  ବିଦେଶୀ ମଦରେ ମାରାତ୍ମକ ରସାୟନିକ ଦ୍ରବ୍ୟ ପ୍ରୟୋଗ । କମ୍ ଖର୍ଚ୍ଚରେ ପୁଳା ପୁଳା ଟଙ୍କା ରୋଜଗାର  ।  ଗଂଜାମ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଚାଲିଥିଲା  ଏହି କୁଟୀର ଶିଳ୍ପ  । ପିଲା ଓ ମହିଳା ମାନେ ଏହାକୁ ଘରେ ପ୍ରସ୍ତୁତ କରି ବଜାରରେ ବିକ୍ରୀ କରୁଥିଲେ । ଦେଖିବାକୁ ଅବିକଳ ବିଦେଶୀ ମଦ ଭଳି । ଏହକୁ ବିଭିନ୍ନ ସମୟରେ ଦାମୀ କାର୍ରେ ଚାଲାଣ କରୁଥିଲେ । ଶେଷରେ ପୋଲିସ ହାତରେ ଧରାପଡିଲେ ଏହି ଗ୍ୟାଙ୍ଗର ସଦ୍ଯସମାନେ ।  ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ପୋଲିସ  ଗାଡି ଯାଞ୍ଚ୍ ବେଳେ ,  ଏମାନଙ୍କୁ ଧରିବାରେ ସଫଳ ହୋଇଛି  ।  ସେମାନଙ୍କ ଠାରୁ ବହୁ  ପରିମାଣର ନକଲି ବିଦେଶୀ ମଦ ସହ , ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । 
ସେମାନଙ୍କୁ ଜେରା ପରେ ,  ଥାନାଧିକାରୀ ଧିରେଶ କୁମାର ଦାସ ଙ୍କ ନେତୃତ୍ବରେ  ବିଭିନ୍ନ ସ୍ଥାନରେ ପ୍ରସ୍ତୁତ କରୁଥିବା ନକଲି ମଦ ଗୋଦାମ ଉପରେ  ଚଢ଼ାଉ କରାଯାଇଛି ।  ବହୁ ପରିମାଣର କେମିକାଲ ,  ଖାଲି ମଦ ବୋତଲ , ବୋତଲ-ଠିପି , ଷ୍ଟିକର , ଏବଂ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି । ଏହି ନକଲି ମଦ ପ୍ରସ୍ତୁତ ଗ୍ୟାଙ୍ଗ ରେ ଗଂଜାମ ଓ କନ୍ଧମାଳ ଜିଲ୍ଲାର ଲୋକେ ସଂପୃକ୍ତ ଥିବା ନେଇ ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଏହି ନକଲି ମଦ ପ୍ରସ୍ତୁତ ଓ କାରବାର ର ଚେର ଖୋଜିବା ଆରମ୍ଭ କରିଛି ପୋଲିସ। 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୭/୨୦୨୧----୯,୫୫ Sakhigopal News,27/7/2021

Blog Archive

Popular Posts