ଅଳଗୁମରେ ବ୍ରଜପାତରେ ଚାଷୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବାଉଁଶଗାଡିଆ ଗ୍ରାମର ଭଜମନ ସେଠୀ (୫୫)ଙ୍କର ବ୍ରଜପାତରେ ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ =ମଙ୍ଗଳବାର ଅପରାହ୍ନରେ ବିଲରେ ଧାନ ରୋଇବା ସମୟରେ ହଠାତ ଲଘୁଚାପ ଜନିତ ବର୍ଷା ଆସିବା ସହ ବ୍ରଜପାତ ହୋଇଥିଲା । ଭଜମନ ବିଲରେ କାମ କରୁଥବା ସମୟରେ ବ୍ରଜପାତ ମାରିବାରୁ ତଳେ ପଡିଯାଇଥିଲେ । ଆଖପାଖ ବି+ଲରେ କାମ କରୁଥିବା ଲୋକମାନେ ଏହା ଦେଖି ତାଙ୍କ ପରିବାରଙ୍କୁ ଖବର ଦେବା ସହ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ ଖବର ପାଇ ଶବ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ପଠାଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର =ସେନାପତି, ୨୦/୭/୨୦୨୧---୭,୧୫
Sakhigopal News, 20/7/2021