Breaking News

ପଶ୍ଚିମ ଓଡିଶା ଏକତାମଞ୍ଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ବହିଦାର ଜନ୍ମ ଜୟନ୍ତୀ ପାଳିତ

 
ଭେଡେନ----ପଶ୍ଚିମ ଓଡିଶା ଏକତାମଞ୍ଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ବହିଦାର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସୋହେଲା ନିକଟସ୍ଥ ଗର୍ଭଣା ଗ୍ରାମ ପଞ୍ଚାୟତ ଅଧିନସ୍ତ ଡୁମ୍ବେରପାଲି ଗ୍ରାମର ପ୍ରଖ୍ୟାତ ସମ୍ବଲପୁରୀ ସାଧକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂହ ଗୁରୁ ସତ୍ୟନାରାୟଣ ବହିଦାର ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ସଭାପତିତ୍ବ କରିଥିଲେ ବ୍ୟଙ୍ଗ  କବି ସାହିତ୍ୟିକ ମନୋରଞ୍ଜନ ସାହୁ , ସମ୍ମାନିତ ଅତିଥି ରୂପେ ସମ୍ବଲପୁର ଓକିଲ ସଂଘ ସଭାପତି ଡ଼ଃ ପ୍ରମୋଦ ରଥ , ମୁଖ୍ୟ ବକ୍ତା ରୂପେ ମୋହନ ସାହୁ , ସମ୍ମାନିତ ବକ୍ତା ରୂପେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ , ବିଶେଷ ଅତିଥି ରୂପେ ରବିଶଙ୍କର ପ୍ରଧାନ ଯୋଗ ଦେଇଥିଲେ । ସଭା ପରିଚାଳନା କରୁଥିଲେ ଭବାନୀ ଶଙ୍କର ଭୋଇ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ ଗୌର ଚନ୍ଦ୍ର ପଧାନ । ପଶ୍ଚିମ ଓଡିଶା ଏକତା ମଞ୍ଚ ତରଫରୁ ମାନସ ବକ୍ସି, ଅମିତାଭ ମାଝୀ , ପଙ୍କଜିନୀ ମେହେର , କାନ୍ତିମେହେର, ଦେବୀ ପ୍ରସାଦ ଭୋଇ ପ୍ରମୁଖ ତଥା ଅଞ୍ଚଳବାସୀ ଓ କବି କଳାକାର , ବୁଦ୍ଧିଜୀବୀ କରୋନା କଟକଣା ନିୟମ ପାଳନ ପୂର୍ବକ ଯୋଗ ଦେଇଥିଲେ  । 
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୭/୨୦୨୧----୧୦,୦୦ 
Sakhigopal News,27/7/2021

Blog Archive

Popular Posts