Breaking News

ପାଞ୍ଚ ବର୍ଷର କୁନି ପୁଅର ଡାହାଣ ପଟ ଆଖିରେ ବଢୁଛି ଟିଉମର; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧ୍ଯକ


 ପୁରୀ-----ପାଞ୍ଚ ବର୍ଷର କୁନି ପୁଅର ଡାହାଣ ପଟ ଆଖିରେ ବଢୁଛି ଟିଉମର ଚିକିତ୍ସା ପାଇଁ ଅର୍ଥ ସାଜିଛି ଏବେ ବାଧ୍ଯକ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ତାମିଳିକୁଦି ଗ୍ରାମର ଯୁଧିଷ୍ଠିର ସାହୁ ଙ୍କ ଏକମାତ୍ର ପୁତ୍ର ଜୀବନଜ୍ୟୋତି ସାହୁ (୬) ।  ଆଖି ରେ ବଢୁଛି ଟିଉମର ଏହି କାରଣରୁ ଏକ ବର୍ଷ ହେଲା ଅସହ୍ୟ ଯନ୍ତ୍ରଣା ସହୁଛି ଜୀବନଜ୍ୟୋତି । ଯୁଧିଷ୍ଠିର ଦିନ ମଜୁରିଆ । କାମକୁ ଦିନେ ନ ଗଲେ ଚୁଲି ଜଳେ ନାହିଁ। ନିଜ ପାଖରେ ଯାହା ଅର୍ଥ ରଖିଥିଲେ ସିଏ ସରିଯିବା ପରେ  ଗାଁ ଗଣ୍ଡାରୁ ଧାର କରଜ କରି ପୁଅକୁ ଭଲ କରିବା ପାଇଁ ବିଭିନ୍ନ ଡାକ୍ତରଖାନା ଯାଇଛନ୍ତି । ଶେଷରେ ସବୁ ଠାରେ ଅର୍ଥ ନ ଥିବାରୁ ନିରାଶ ହୋଇ ଫେରିଲେଣି ପରିବାର ଲୋକେ । ଅଧିକ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିନପରିବାରୁ ଶେଷ ରେ ସାହାଯ୍ୟ ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ। ଜୀବନଜ୍ଯୋତି ଯେଉଁ ବୟସରେ ଦାଣ୍ଡରେ ଖେଳିବାର କଥା ଏବେ ସେ ଯନ୍ତ୍ରଣା ରେ ହୋଉଛି ଛଟପଟ । ସରକାରଙ୍କ ବିଭିନ୍ନ ଯୋଜନା ଯୁଧିଷ୍ଠିର ପାଇଁ ହୋଇଛି ସାତ ସପନ ।  ପୁରୀ ଜିଲ୍ଲାପାଳ ଏହି ଜୀବନ ଜ୍ୟୋତି କୁନି ପିଲା ପ୍ରତି ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ନିବେଦନ କରାଯାଇଛି । ତାର ଚିକିତ୍ସା ଦାୟିତ୍ଵ ନେବାକୁ ମଧ୍ୟ ନିବେଦନ କରାଯାଇଛି ।
ଧୀରେନ୍ଦ୍ର ସେନାପତି , ୧/୮/୨୦୨୧----୧୧,୧୫। Sakhigopal News,1/8/2021

Blog Archive

Popular Posts