Breaking News

କରୋନାରେ ମୃତ୍ୟୁ ପରିବାରକୁ ୪ଲକ୍ଷ ଟଙ୍କା ଦାବିରେ ଏସୟୁସିଆଇ ର ବିକ୍ଷୋଭ

 


ଡେଲାଙ୍ଗ------- ଡେଲାଙ୍ଗ ବ୍ଳକ ଏସୟୁସିଆଇ(କମ୍ୟୁନିଷ୍ଟ)ପାର୍ଟି ପକ୍ଷରୁ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏଥିରେ କମ୍ୟୁନିଷ୍ଟ ନେତା ତଥା ଏଆଇକେକେଏମଏସ ରାଜ୍ୟ ସମ୍ପାଦକ କମ୍ରେଡ୍ ରଘୁନାଥ ଦାଶ ଯୋଗ ଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କ ବିରୁଧରେ  ବର୍ଷିଥିଲେ । ସେହିପରି ଦେଶ ଓ ରାଜ୍ୟରେ ମହାମାରୀ କରୋନା ରୋଗ ନିୟନ୍ତ୍ରଣ କରିବାରେ  ଏ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଥିବା  ଦର୍ଶାଇ କରୋନା ଜନିତ ମୃତ ବ୍ୟକ୍ତିଙ୍କ ପରିବାରକୁ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିଦ୍ଦେର୍ଶ ମୁତାବକ ୪ଲକ୍ଷ ଟଙ୍କା ପ୍ରଦାନ କରିବା । ଅସଂଗଠିତ ପ୍ରତ୍ୟେକ ଶ୍ର୍ରମିକଙ୍କୁ ମାସକୁ ୧୫ କେଜି ରାସନ ସାମଗ୍ରୀ ଯୋଗାଇ ଦେବାକୁ ଶ୍ରୀଦାଶ ଦାବି କରିଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ଦୀନବନ୍ଧୁ ପରିଡା,ବେରବୋଇ ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ରାଜକିଶୋର ଆଳୁକ,ବଟକୃଷ୍ଣ ସ୍ୱାଇଁ,ଗୋଲଖ ବରାଳ,ତ୍ରିନାଥ ପ୍ରଧାନ ପ୍ରମୁଖ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।ଏସମ୍ପର୍କରେ ୫ଦଫା ସମ୍ମଳିତ ଏକ ସ୍ମାରକ ପତ୍ର ଅନଲାଇନି ମାଧ୍ୟମରେ =ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ  ଦିଆଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, =୨୨/୭/୨୨୧   Sakhigopal News, 22/7/2021


Blog Archive

Popular Posts