ମୋଟର ଚାଳକ ସଂଘ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା
ଭେଡେନ----- ବରଗଡ ଜିଲ୍ଲା ମୋଟର ଚାଳକ ସଂଘ ପକ୍ଷରୁ ଚାଳକ ପ୍ରତି ଅଣଦେଖା ଓ ଅନ୍ଯାୟ ପ୍ରତିବାଦ ରେ ପ୍ରତିବାଦ ସ୍ଵରୂପ ୧୨ଘଣ୍ଟା ବନ୍ଦ ପାଳନ ଡାକରା ଦିଆଯାଇଥିଲା। ଏଥିରେ ଥୁଆପାଲି ମୋଟର ଚାଳକ ସଂଘ ର ସଭାପତି ପିଣ୍ଟୁ ପାଢୀ ଙ୍କ ନେତୃତ୍ବରେ ବନ୍ଦ ଡାକରା ଦିଆଯାଇଥିଲା। ଆଜି ଥୁଆପାଲି ଠାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସମସ୍ତ ପ୍ରକାର ମଟରଗାଡି ମଧ୍ୟ ବନ୍ଦ ରହିଛି। ସଂପାଦକ ଅଜିତ ବେଗ, ଉମାକାନ୍ତ ବାଗ, ବଳରାମ ପଧାନ, ପପୁ ନାଗ, ଘନଶ୍ୟାମ ଖୁଣ୍ଟୁଲି, ପ୍ରଶାନ୍ତ ମହାପାତ୍ର, ଟଙ୍କଧର ନାଗ, ସୂର୍ଯ୍ୟ, ଗଜିନ, ରାକେଶ, ବୁଟୁ, ଅନ୍ୟାନ୍ୟ ବହୁ ଚାଳକ ବନ୍ଦ ରେ ସାମିଲ ହୋଇଥିବା ର ଦେଖାଯାଇଥିଲା। ଆଜି ମୋଟର ଚାଳକ ସଂଘ ପକ୍ଷରୁ ବନ୍ଦ ଡାକରା କୁ ଜନସାଧାରଣଙ୍କ ସମର୍ଥନ ଜଣାଇ ଥିବାରୁ ଥୁଆପାଲି ମୋଟର ଚାଳକ ସଂଘ ର ସଭାପତି ପିଣ୍ଟୁ ପାଢୀ ଧନ୍ୟବାଦ ଜଣାଇଛନ୍ତି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୭/୨୦୨୧----୧୦,୨୦ Sakhigopal News, 27/7/2021