ନରେନ୍ଦ୍ରପୁର ଗ୍ରାମର ଦଳିତ ମହିଳା ମାନଙ୍କୁ କୁକୁଡା ଚିଆଁ ବଣ୍ଟନ
ସାକ୍ଷୀଗୋପାଳ ------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଦଳିତବସ୍ତିରେ ଏଗାର ଗୋଟି ପରିବାରଙ୍କୁ ଆତ୍ମା ପକ୍ଷରୁ କୁକୁଡା ଚିଆଁ ବଣ୍ଟନ କରାଯାଇଛି । ସେମାନେ ହେଲେ ମେଘି ମଳିକ, ସୁନିତା ଭୋଇ, ରଶ୍ମିତା ଭୋଇ, ପଞ୍ଚେଇ ବେହେରା,ଝରଣା ମଳିକ, ସରସ୍ୱତୀ ମଳିକ, ବେବିନା ମଳିକରୀନା ମଳିକ, କୁନି ଭୋଇ ମମତା ସେଠୀ । କରୋନା ପରବର୍ତ୍ତୀ ସମୟରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ଏହାକୁ ନଜର କରି ଏହି କୁକୁଡାଚିଆଁ ପ୍ରଦାନ କରାଯାଇଛି ବୋଲି ସତ୍ୟବାଦୀ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି କହନ୍ତି । ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକର ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ପ୍ରାଣୀଚିକିତ୍ସା ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ନରେନ୍ଦ୍ରପୁର ଗ୍ରାମର ସରପଞ୍ଚ ଦୁଷନ୍ତ ପ୍ରଧାନ , ସମାଜସେବୀ ଶଙ୍କର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ମହିଳା ମାନଙ୍କୁ ଚିଆଁ ବଣ୍ଟନ କରାଯାଇଥିଲା । କ଼ାର୍ଯ୍ୟକ୍ରମକୁ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୧----=୮,୧୫
Sakhigopal News, 30/7/2021