Breaking News

ସତ୍ୟବାଦୀରୁ ହରପିୟା ବ୍ଳକ ବିଜେଡି ମହିଳା ସଭାନେତ୍ରୀ


 ସାକ୍ଷୀଗୋପାଳ------ରାଜ୍ୟ ବିଜୁ ମହିଳା ଜନତା ଦଳ ପକ୍ଷରୁ ପୁରୀ ଜିଲ୍ଲାର ବ୍ଲକ ସଭାନେତ୍ରୀଙ୍କ ନାମ ଘୋଷଣା କରାଯାଇଛି । ସତ୍ୟବାଦୀରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ଭାବେ ହରପିୟା ( ଯମୁନା ) ବେହେରାଙ୍କ ନାମ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ  ସ୍ନେହାଙ୍ଗିନି ଛୁରିଆ ଘୋଷଣା କରିଛନ୍ତି । ସତ୍ୟବାଦୀ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଭାବେ ମନୋନୀତ ହେବାପରେ ହରପିୟା  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ ଓ  ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ  ଧନ୍ୟବାଦ ଜଣାଇଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୭/୨୦୨୧----୮,୧୦ 

Sakhigopal News, 28/7/2021

Blog Archive

Popular Posts