ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୪୬ୟୁନିଟ ରକ୍ତ ସଂଗ୍ରହ
ଖୋର୍ଦ୍ଧା ------କରୋନା ମହାମାରୀ ସମୟରେ ଓଡ଼ିଶା ରେ ରକ୍ତାଭାବ କୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆ ବୋଲଗଡ଼ ର ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ୱାନରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ଖଙ୍ଗୁରିଆ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କୁ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁଙ୍କ ଦ୍ଵାରା ହରିପୁର ଆବାସିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଥିଲା ଓ ସ୍କୁଲ୍ ତରଫରୁ ବିଧାୟକ ଓ ଜନ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବୋଲଗଡ଼ ବ୍ଲକ୍ ର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ବୋଲଗଡ଼ ବ୍ଲକ୍ ଯୁବ ବିଜେଡି ସଭାପତି ରବୀନ୍ଦ୍ର କୁମାର ସୁବୁଦ୍ଧି, ବ୍ଲକ୍ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା,ଯୁବ ସଂଗଠକ ଅଭିଷେକ ସିଂ ସାମନ୍ତ,ଦୁର୍ଯ୍ୟୋଧନ ସ୍ୱାଇଁ,ବାନମ୍ବର୍ ମାଝୀ, ବୀର କିଶୋର ଦାସ,ଅଶ୍ଵିନୀ ପଟ୍ଟନାୟକ,ଶୁଭେନ୍ଦୁ ସାହୁ,ଦିଲିପ୍ ଦତ୍ତ,ଶୁଭକାନ୍ତ ମହାପାତ୍ର, ଖଂଗୁରିଆ ସମିତି ସଭ୍ୟ ପ୍ରଦୀପ୍ତ କୁମାର ସାହୁ, ଚିତ୍ତରଞ୍ଜନ ମିଶ୍ର,ସଞ୍ଜୀବ ରାୟ,ସୁବାଷ ସ୍ବାଇଁ,ମହେଶ୍ୱର ସାହୁ, ଆକବର ଅଲ୍ଲୀ ଖାଁ, ଅନିଲ୍ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୪୬ ୟୁନିଟ୍ ବ୍ଲଡ଼ ସଂଗୃହିତ ହୋଇଥିଲା। ଖଙ୍ଗୁରିଆ ପଞ୍ଚାୟତ ର ରକ୍ତଦାତା ଓ ଆୟୋଜକ ମାନଙ୍କୁ ବିଧାୟକ କୃତଜ୍ଞତା ଜଣାଇଛନ୍ତି।
ଖୋର୍ଦ୍ଧା ରୁ ପି କେ ମିଶ୍ର ,୨୧/୭/୨୦୨୧ ----- ୬,୪୫ Sakhigopal News,21/7/2021