Breaking News

ପ୍ରଫୁଲ ଜେନାଙ୍କୁ ସାହାଯ୍ୟ ର ହାତ ବଢାଇଲେ ସ୍ବୋଚ୍ଛାସେବୀ ଅନୁଷ୍ଠାନ

 
ପିପିଲି---- ପିପିଲି ବ୍ଲକ  ଅନ୍ତର୍ଗତ ପାଣିଦଳ ପଞ୍ଚାୟତର   ତୋଟାପଡା ଜେନା ସାହିର ପ୍ରଫୁଲ ଜେନା (୫୭) ।ଏକ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ହାଡ ଭାଙ୍ଗିଯିବାରୁ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଖବର ପାଇ ଆମ ପିପୁଲ ଫୋର ସେବା , ଭୁବନେଶ୍ୱର ଓ ପିପିଲି ର ଜୟଦେବ ଟିମ ଆଜି ପ୍ରଫୁଲ ଜେନାଙ୍କ ଘରକୁ ଯାଇ ଏକ ମାସ ର ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ରାସନ୍ ସାମଗ୍ରୀ ମଧ୍ୟରେ
ଚାଉଳ -୨୫ କେଜି,ଡାଲି ୩ କେଜି,ଚିନି ୨କେଜି, ଅମୁଲ ୫ ଶହ ଗ୍ରାମ ,ବିସ୍କେଟ ,ଅଟା, ତେଲ, ଲୁଣ ,ମସଲା ସହିତ ଅନ୍ୟ ସବୁ ଗ୍ରୋସରୀ  ସାମଗ୍ରୀ ରହିଛି ।
ପିପିଲି ଜୟଦେବ ଟିମ ତରଫରୁ ପ୍ରକାଶ ସାହୁ,  ବିଶୁ ଦୀକ୍ଷିତ, ସ୍ମୃତି ରଞ୍ଜନ ସେଠି, ଦିଲୀପ କୁମାର, ଟୁନା ଭୁୟାଁ, ରାଜୀବ ନାୟକ, ରଶ୍ମି ମିଶ୍ର, ବାଦଲ ବେହେରା ଓ ରଶ୍ମିତା ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ  ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।
ପିପିଲି ରୁ ବିଜୟ ମହାପାତ୍ର, ୩୧/୭/୨୦୨୧----୮,୨୦ 
Sakhigopal News, 31/7/2021

Blog Archive

Popular Posts