ସହକାରୀ ଶିକ୍ଷକଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା
ସାକ୍ଷୀଗୋପାଳ ----- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳର ସହକାରୀ ଶିକ୍ଷକ ପ୍ରସନ୍ନ କୁମାର= ରଥଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ଶିକ୍ଷକ ଅଶୋକ ପ୍ରଧାନ ବନମାଳୀ ବେହେରା, ପ୍ରଭା୍ତ କୁମାର ରଥ , ବିଦ୍ୟାଳୟର ପୁରାତଦ ଛାତ୍ର ସଂସଦର ସଭାପତି କିଶୋର ମହାପାତ୍ର, ପ୍ରେସ କ୍ଳବ ସାକ୍ଷୀଗୋପାଳର ସଭାପତି ଧୀରେନ୍ଦ୍ର ସେନାପତି ପ୍ରମୁଖ ଯୋଗଦେଇ ଅବସର ଶିକ୍ଷକ ଶ୍ରୀ ରଥଙ୍କ ସମ୍ପର୍କରେ ଗୁନଗାନ କରିଥିଲେ । ପରିଶେଷରେ ତାଙ୍କର ଅବସର ସମୟ ସୁଖମୟ ହେଉ ସେଥିପାଇଁ ପ୍ରଭୁ ଜଗନ୍ନାଥ ଓ ସାକ୍ଷୀଗୋପିନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଥିା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରିଙ୍କୁ ଦଳେଇ ଓ ତାଙ୍କର ଶିକ୍ଷକ, ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ରଥଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ବିଜୟ କୁମାର ପରିଡା ସଂଯୋଜନା କରିଥବା ବେଳେ ଶିକ୍ଷକ ସତ୍ୟବାଦୀ ଦାଶ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି, ୩୧/୭/୨୦୨୧---୯,୫୫
Sakhigopal News, 31/7/2021