Breaking News

ଫଳକରେ ଅଟକିଛି କଲ୍ୟାଣ ମଣ୍ଡପ


 ଡେଲାଙ୍ଗ -------- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବେରବୋଇ ଗ୍ରାମ ପଞ୍ଚାୟତ ଠାରୁ ଅଲଗା ହୋଇ ରେଞ୍ଚ ପଞ୍ଚାୟତ ଗଠନ ହୋଇଛି । ଏହି ନୂତନ ପଞ୍ଚାୟତରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିବା ପାଇଁ ପ୍ରହରାଜପୁର ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପୁରୀଙ୍କ ପକ୍ଷରୁ ଗତ ଜାନୁଆରୀ ମାସ ୧୯ତାରିଖ ୨୦୨୦ରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କରିଥିଲେ । ସୁଚନା ଥାଉକି ଦିବଙ୍ଗତ ବିଧାୟକ ଶ୍ରୀଯୁକ୍ତ ମହାରଥି ପ୍ରହରାଜପୁର ଗ୍ରାମ ସହିତ ଆଖପାଖ ଗ୍ରାମବାସିଙ୍କ ସୁବିଧା ପାଇଁ ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଥିଲେ । ଏଥି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭୂମିପୂଜା ହେବାର ପ୍ରାୟ୧୯ମାସ ପୁରି ଯାଇଛି । ତାହା ଭିତରେ ଦିବଙ୍ଗତ ବିଧାୟକଙ୍କ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ଘଟିଛି । ତେବେ ଦୁଃଖର ବିଷୟ ଏହି କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଟି ସୁଚନା ଫଳକରେ ଅଟକି ରହିଛି । ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଫଳକରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ସମବାୟବିତ୍ ବୈରାଗୀ ଜେନା,ଜିଲ୍ଲା ପରିଷଦ ଦେବାଶିଷ ନନ୍ଦ,ପୂର୍ବତନ ବିଡିଓ କ୍ଷିରୋଦ ପ୍ରଧାନ,ସରପଞ୍ଚ ପ୍ରତିମା ମଲ୍ଲିକ,ସମିତିସଭ୍ୟା ପ୍ରସାଦିନୀ ଦୟାଣଙ୍କ ନାମ ରହିଛି । ବ୍ଲକ ପ୍ରଶାସନର ଅବହେଳାରୁ ଏନିର୍ମାଣ କାର୍ଯ୍ୟ ଅଟକି ରହିଥିବା ପଞ୍ଚାୟତର ଅନେକ ଲୋକମାନେ ଅଭିଯୋଗ କରିଛନ୍ତି । ପୁରୀ ଜିଲ୍ଲାପାଳ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ତୁରନ୍ତ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେବାକୁ ପଞ୍ଚାୟତ ଅଧିବାସୀ ମାନେ ଦାବି କରିଛନ୍ତି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୭/୨୦୨୧----୧୦,୦୦ 

  Sakhigopal News, 31/7/2021

Blog Archive

Popular Posts