Breaking News

ସଂକ୍ରିଡା ରାଜସ୍ବ କାର୍ଯ୍ୟାଳୟ ଏବେ ବିପଦପୂର୍ଣ୍ଣ ଅବସ୍ଥା ରହିଛିରେ

 
ଭେଡେନ----ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ସଂକ୍ରିଡା ରାଜସ୍ବ କାର୍ଯ୍ୟାଳୟ ଛାତରୁ ପାଣି ଗଳୁଛି । ବର୍ଷା ହେଲେ କାନ୍ଥ ଓ କବାଟରେ ହାତ ମାରିଲେ  ଇଲେଟ୍ରିକ ସକ ମାରୁଛି । କେତେ ବେଳେ  ଦୁର୍ଘଟଣା  ଘଟିବ ତାହା ଏଡ଼ାଇ ଦିଆଯାଇ ନ ପାରେ। ବର୍ଷ ବର୍ଷ ଧରି ଏପରି ଅବସ୍ଥା ରେ ପଡିରହିଛି ।  ଅଫିସ ର କାଗଜପତ୍ର ରେକଡ  ପତ୍ର ବର୍ଷା ପାଣି ରେ ଓଦା ହେଉଛି । ଅଫିସ ଗୃହ ର ଛାତ ଉପରେ ଜରି ଦେଇ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି । ବର୍ଷା ହେଲେ ଅବସ୍ଥା କହିଲେ ନ ସରେ ।  ଯଦି ସରକାରଙ୍କ ରାଜସ୍ବ କାର୍ଯ୍ୟାଳୟକୁ ଜଣସାଧାରଣ ,ଚାଷୀ ମାନେ ଧାନବିକ୍ରି କାର୍ଡ, ଖଜଣା ବା ଅନ୍ୟ କାମରେ ଆସିଥିବା ବେଳେ ବର୍ଷା ହେଲେ ଘର ଛାତରୁ ପାଣି ପଡୁଥିବାରୁ ଛତାଧରି ଅଫିସ ଭିତରେ ରହିବାକୁ ପଡୁଛି। ଜନସାଧାରଣ ଓ ଅଫିସ କର୍ମଚାରୀ ମାନେ କାର୍ଯ୍ୟ କରିବାରେ ନାନାପ୍ରକାରର ଅସୁବିଧା ସମୁଖୀନ ହବାକୁପଡୁଛି ।ବହୁ ଆଗରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଦୃଷ୍ଟି ଆକର୍ଷଣ ଓ ଅବଗତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁବିଧା ହୋଇପାରୁନାହିଁ। ଅଫିସ କୁ ଅତିଶୀଘ୍ର ମରାମତି କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜଣାପଡିଛି । 
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ 
ସାକ୍ଷୀଗୋପାଳ ନିଉଜ ,୩୦/୭/୨୦୨୧-----୫,୨୦   Sakhigopal News,30/7/2021

Blog Archive

Popular Posts