ସତ୍ୟବାଦୀରେ ଅଫଲାଇନିରେ ମାଟ୍ରିକ ପରୀକ୍ଷା ଆରମ୍ଭ ;ପ୍ରଥମ ଦିନରେ ଦୁଇ ଜଣ ଛାତ୍ର ଅନୁପସ୍ଥିତ
ସାକ୍ଷୀଗୋପାଳ------ ସରକାର ଏ ବର୍ଷ ମହାମାରୀ କରୋନା ଯୋଗୁ ମାଟ୍ରିକ ପକ୍ଷୀକ୍ଷା ବାତିଲ କରି ଛାତ୍ର ଛାତ୍ରୀ ମାନଙ୍କର ବିଦ୍ୟାଳୟର ପରୀକ୍ଷା ନମ୍ବରକୁ ନେଇ ଏକ ମାର୍କସିଟି ପ୍ରକାଶ କରିଥିଲେ । ଏଥିରେ ଅକୃତକାର୍ଯ୍ୟ ଓ ଅସନ୍ତୋଷ ପ୍ରକାଶ କରିଥିଲେ କିଛି ଛାତ୍ର ଛାତ୍ରୀ । ଶେଷରେ ବୋର୍ଡ ପରୀକ୍ଷା ଦେବା ପାଇଁ ଏକ ସୁଯୋଗ ସୃଷ୍ଟି କରାଯାଇଛି । ସତ୍ୟବାଦୀ ବ୍ଳକର ସରକାରୀ ବାଳିକା ହାଇସ୍କୁଲରେ ପରୀକ୍ଷା ସେଣ୍ଟର କରାଯାଇଛି । ଏଥିରେ ସତ୍ୟବାଦୀ ହାଇସ୍କୁଲରେ ଚାଲୁଥିବା ମୁକ୍ତା ବିଦ୍ୟାଳୟର ୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ଜଣ ଛାତ୍ର ଓ ୪ଜଣ ଛାତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ଦିନରେ ୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷ ଦେଇଛନ୍ତି । ଦୁଇଜଣ ଛାତ୍ର ଅନୁପସ୍ଥିତ ରହିଥିବା ଜଣାପଡିଛି । ସେହିପରି ସତ୍ୟବାଦୀ ହାଇସ୍କୁଲର ଜଣେ ରେଗୁଲାର ଛାତ୍ର ଓ ବୀରଗୋବିନ୍ଦପୁର ହାଇସ୍କୁଲର ଜଣେ ଛାତ୍ରୀ ପରୀକ୍ଷା ଦେଉଥିବା ପରୀକ୍ଷା କେନ୍ଦ୍ରର ଇନିଚାର୍ଯ୍ୟ ରତ୍ନାକର ଜେନାଙ୍କ ଠାରୁ ପ୍ରକାଶ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୧-----୮,୨୫