ନାନୋ କାର ଭିତରୁ ଦୁଇଟି ଭୁଜାଲି ଜବତ; ଜଣେ ଗିରଫ
ଭେଡେନ---- ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବାବେଳେ ଭେଡେନ ବ୍ଲକ ଡାକ ବଙ୍ଗଳା ଛକରେ ପାଖାପାଖି ସାଢ଼େ ୧୦ଟା ସମୟରେ ଏକ ମାରୁତି ଓଡ଼ି ୧୭ଏଫ ୯୪୮୬ ନାନୋ କାର୍ ବରଗଡ ପଟରୁ ଆସିଥିଲା । ଗାଡିକୁ ଆନ୍ଦୋଳନ କାରୀ ମାନେ ଅଟକାଇଥିଲେ । ଅଟକାଇବା ପରେ ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି ଆନ୍ଦୋଳନ କାରୀ ମାନଙ୍କ ସହିତ ଗଣ୍ଡଗୋଳ କରିଥିଲେ। ଯଦ୍ୱାରା ସେଠାରେ ଉତ୍ତେଜନା ବୃଦ୍ଧି ପାଇଥିଲା ।
ଉକ୍ତ ସମୟରେ ଭେଡେନ ଆଇଆଇସି ସଂଗୀତା ମହାପାତ୍ର ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ରୁଦ୍ର ନାରାୟଣ ପ୍ରଧାନ ଓ ଏ ଏସ ଆଇ ସୁନୀଲ କୁମାର ଦାଶ ପହଞ୍ଚି ନାନୋଗାଡି କୁ ଯାଞ୍ଚ କରିବା ସମୟରେ ଗାଡି ରୁ ଦୁଇଟି ଭୁଜାଲି ମିଳିଥିଲା।ଗାଡିରେ ଦୁଇ ଜଣ ବ୍ୟକ୍ତି ରହିଥିବା ବେଳେ ଜଣେ ଘଟଣା ସ୍ଥଳରୁ ଫେରାର୍ ମାରିଥିଲା ଓ ଅନ୍ୟ ବ୍ୟକ୍ତି ଜଣକ ବାଦୀ ଗ୍ରାମର ବୃନ୍ଦାବନ ରଥ ଙ୍କୁ ଭେଡେନ ପୋଲିସ ଅଟକ ରଖି ପ୍ରାରମ୍ଭିକ ତଦନ୍ତ ସହ ଗିରଫ କରି ଥିଲେ । କେସ ନମ୍ବର ୧୬୬/୨୧ ଆଇ ପି ସି ୨୯୪,୫୦୬ ଆର୍ମସ ଆକ୍ଟ ୨୫/୨୭ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି।
ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ
ସାକ୍ଷୀ ଗୋପାଳନିଉଜ ।୨୮/୭/୨୦୨୧----୧୧,୧୦ Sakhigopal News,28/7/2021