Breaking News

ସ୍ୱାମୀ ସ୍ତ୍ରୀର ସୁନାହାର ନେଇ ଆସିବାରୁ ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆସମେଶ୍ୱରପୁର ପଞ୍ଚାୟତର ନୂଆ  ବେହେରାସାହିର ଦାମ ବେହେରାଙ୍କ ପୁତ୍ର ପଞ୍ଚୁ  ବେହେରା ଗତ ୬ ବର୍ଷ ତଳେ  ଜଗତପୁର ଥାନା ଅନ୍ତର୍ଗତ ଖଇରା ଗ୍ରାମର ଫକୀର ବେହେରାଙ୍କ ଝିଅ ତିଳତ୍ରମା ବେହେରାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥ+ôଲା । ଶେଷରେ ତିଲୋତ୍ରମା ବାପା ଘରକୁ ପଳାଇଥିଲେ । ପଞ୍ଚୁ ରଜ ସମୟରେ ଶଶୁର ଘରକୁ ବୁଲିବାକୁ ଯାଇ ସ୍ତ୍ରୀକୁ ଘରକୁ ଯିବା ପାଇଁ କହିଥିଲା । ମାତ୍ର ପଞ୍ଚୁ କଥାରେ ତିଲୋତ୍ରମା ବିଶ୍ୱାସ ନ କରି ନ ଆସିବା ପାଇଁ କହିବା ସହ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମାତ୍ର ପଞ୍ଚୁ ଙ୍କ ପରିବାର ପକ୍ଷରୁ ବାହାଘର ସମୟରେ ଦିଆଯାଇଥିବା ସୁନା ହାରଟିକୁ ନେଇ ପଳାଇ ଆସିଥିଲେ । ପରେ ତିଲୋତ୍ରମା ଏହା ଜାଣିପାରି ସାକ୍ଷୀଗୋପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାକ୍ଷୀଗୋପାଳ ଏଏସଆଇ ମଞ୍ଚୁ ଦେବୀ ଏ ଘଟଣା ସମ୍ପର୍କରେ ପଞ୍ଚୁଙ୍କୁ ଥାନାକୁ ଡକାଇଥିଲେ । ପଞ୍ଚୁ କିଛି ଗ୍ରାମର ମୁରବୀ  ଓ କାଦୁଆ ସରପଞ୍ଚ ସୁବାଷ ମହାପାତ୍ର, ନୂଆସମେଶ୍ୱରପୁର ପଞ୍ଚାୟତର ସରପଙ୍କ ପ୍ରତିନିଧି ବିରଞ୍ଚି ଦାଶ ଓ ସାମାଜିକ କର୍ମୀ ସୁରେଶ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏକ ଆଲେଚନା କରାଯାଇ ପଞ୍ଚୁ ଆଣିଥିବା ସୁନାହାର ଫେରସ୍ତ ଦିଆଯିବା ସହ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ମନୋ ମାଳିନ୍ୟ ସମ୍ପର୍କରେ ଏକ ଆଲେଚନା କରାଯିବାପାଇଁ ଦିନଧାର୍ଯ୍ୟ କରାଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୭/୨୦୨୧, ୯,୧୫  

 Sakhigopal, News, 25/7/2021

Blog Archive

Popular Posts