ଜମିବାଡି କୁ ନେଇ ହତ୍ଯା ଧମକ; ନ୍ୟାୟ ପାଇଁ ସକାଳୁ ସଞ୍ଜ ଯାଏଁ ଥାନାରେ ବସିଲେ ଗୋଟିଏ ପକ୍ଷ
ଓଡଗାଁ------ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ମକରପଦା ଗ୍ରାମର ମୁନା ପ୍ରଧାନ ଓ ବୈକୁଣ୍ଠ ବାରିକ ସେହି ଗାଁ ର ବାସନ୍ତୀ ବେହେରା ଓ ତାଙ୍କର ପରିବାରକୁ ପୂର୍ବ ଶତ୍ରୁତାକୁ ନେଇ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ବାସନ୍ତୀ ବେହେରା ଓଡଗାଁ ଥାନାରେ ଲିଖିତ ଅଭିଯୋଗ ୨୮ ତାରିଖ ରେ କରିଥିଲେ । ଏହା ଜାଣିପାରି ମୁନା ପ୍ରଧାନ ଓ ବୈକୁଣ୍ଠ ବାରିକ ବାସନ୍ତୀ ଓ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହି ଘଟଣାର କିଛିଦିନ ବିତିଥିଲେ ମଧ୍ଯ ଓଡଗାଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗତ ଶୁକ୍ରବାର ଅର୍ଥାତ୍ ଗତ ୩୦ ତାରିଖ ସକାଳୁ ବାସନ୍ତୀ ଓ ତାଙ୍କ ପରିବାର ସମସ୍ତେ ଓଡଗାଁ ଥାନାରେ ସକାଳୁ ସଞ ଯାଏ ନ୍ୟାୟ ପାଇଁ ଥାନା ଆଗରେ ବସି ରହିଥିବା ଦେଖିବାକୁ ମିଳିଥିଲା ।
ସୂଚନା ଯୋଗ୍ୟ ଯେ
ଗତ ଜୁନ ମାସରେ ଉଭୟ ପକ୍ଷଙ୍କ ମଧ୍ଯରେ ସାହିର କିଛି କୋଠ ଜାଗା ଅଧିକାରକୁ ନେଇ ମାରପିଟ୍ ହୋଇଥିଲା। ଏନେଇ ଉଭୟ ପକ୍ଷ ଓଡଗାଁ ଥାନାରେ ଅଭିଯୋଗ କରିଥିଲେ। ଗତ ଜୁନ ୨୩ତାରିଖ ରେ ଭଦ୍ର ଲୋକଙ୍କ ଦ୍ୱାରା ଉଭୟ ପକ୍ଷର ସହମତିରେ ସମସ୍ୟାର ଆପୋଷ ସମାଧାନ ପରେ ଉଭୟ ପକ୍ଷ ଅଭିଯୋଗ ପ୍ରତ୍ୟାହାର କରିଥିଲେ। କିନ୍ତୁ ଏବେ ପୁଣି ବିବାଦ ଆରମ୍ଭ ହେବାରୁ ପୁଲିସ ପଦକ୍ଷେପ ନେବାକୁ ଦାବି ହୋଇଥିଲା। ବାସନ୍ତୀଙ୍କ ପକ୍ଷ ଥାନାରେ ସନ୍ଧ୍ଯା ଯାଏ ବସିବା ପରେ ଆଜି ଦିନ ୧୦ ଟା ରେ ଥାନାରେ ଉକ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ଥାନା କର୍ତ୍ତ୍ରୁପକ୍ଷ କରିଥିଲେ । ମାତ୍ର ଗୋଟିଏ ପକ୍ଷ ଆସିଥିଲେ ମଧ୍ୟ ଅନ୍ୟ ପକ୍ଷ ଆସିନଥିଲେ । ସେଥି ଯୋଗୁ ସମସ୍ୟାର ସମାଧାନ ହୋଇନଥିବା ଓଡଗାଁ ଥାନା କର୍ତୁପକ୍ଷ ଙ୍କ ସୁତ୍ରରୁ ଜଣାପଡିଛି।
ରିପୋର୍ଟ-ଦିଲ୍ଲୀପ କୁମାର ବିଶୋଇ,୩୧/୭/୨୦୨୧----୭,୩୦ Sakhigopal News,31/7/2021