ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକର ମୃତ୍ୟୁ
ଭଞ୍ଜନଗର--ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଡୁରା ଗ୍ରାମ ନିକଟରେ ଘଟଣା ଘଟିଛି ।ମୃତ୍ୟୁ ବାଇକ୍ ଚାଳକ ହେଲେ ସୁରେଷନ ନାୟକ । ଘର ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦର ଗ୍ରାମରେ ବୋଲି ପୋଲିସ ଠାରୁ ସୁଚନା ମିଳିଛି । ଖବର ନେବାରେ ସୁରେଷନ ଜଗନ୍ନାଥପ୍ରସାଦ ସହରକୁ ଯାଇ ନିଜ ଗ୍ରାମ କଳିଙ୍ଗପଦର କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଯୁବକମାନେ ଗାଡି ପିଛା କରି ଥିଲେ ମଧ୍ୟ ଗାଡିର ଟେରେ ପାଇନଥିଲେ । ଜଗନ୍ନାଥପ୍ରସାଦ ବ୍ଲକ କନ୍ଧମାଳ ସାସଂଦ ପ୍ରତିନିଧି ବିପ୍ରଚରଣ ବାରିକ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଘର୍ଟଣାରେ ଗୁରୁତର ହୋଇଥିବା ସୁରେଷନକୁ ୧୦୮ ଗାଡି ଯୋଗୋ ଭଞ୍ଜନଗର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ବେଲଗୁଣ୍ଠା ପୁଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ସୁରେଷନର ଶବକୁ ଜବତ କରିଛନ୍ତି । ଗୁରୁବାର ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି । ଦୁଘଟଣା ଘଟାଇଥିବା ଗାଡିକୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ, ୨୮/୭/୨୦୨୧------ ୭,୩୦