ବଜ୍ରପାତ ରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ
କୋଦଳା - ମଙ୍ଗଳବାର ଅପରାହ୍ନ ରେ ବଜ୍ରପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ବେଗୁନିଆପଡା ବ୍ଲକ ବଡଖଇରିଖମା ପଞ୍ଚାୟତ ଗୁଞ୍ଜବାଳା ଗ୍ରାମର ଚନ୍ଦ୍ରମା ପ୍ରଧାନ (୩୮) ସ୍ୱାମୀ ତୋଫାନ ପ୍ରଧାନ ନିଜ ଚାଷ ଜମିରେ କାମ କରୁଥିବା ସମୟ ରେ ହଠାତ ଘଡଘଡି ମାରି ବଜ୍ରପାତ ହୋଇଥିଲା । ସଙ୍ଗେ ସଙ୍ଗେ ଚନ୍ଦ୍ରମା ବିଲରେ ଓଲଟି ପଡ଼ିଥିଲେ । ଖବରପାଇ ପରିବାର ଲୋକେ ବିଲକୁ ଯାଇ ଚନ୍ଦ୍ରମା କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ଖାନା ରେ କୋଦଳା ପୋଲିସ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହାକୁନେଇ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ ଆମ୍ଭେ ଖବର ପାଇଛୁ । ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଉପରିସ୍ଥ ଅଧିକାରିଙ୍କୁ ଜଣାଇ ଦିଆଯାଇଛି । ଚନ୍ଦ୍ରମା ଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛି । ଗରିବ ଅସହାୟ ପରିବାର ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନ କୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରିଛନ୍ତି ।
ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ,୨୧/୭/୨୦୨୧ ୯,୨୦। Sakhigopal News,21/7/2021