Breaking News

ଜଟଣୀ ବିଦ୍ୟୁତ୍ କାଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା


ଜଟଣୀ : ଅହେତୁକ ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ  କାଟ ବନ୍ଦ କରାଯିବ ସହିତ ୨୪ଘଣ୍ଟା ବିଜୁଳି ସେବା ଯୋଗାଇଦେବା । ଲୋ ଭୋଲ୍ଟେଜ ସମସ୍ୟା ଦୂର କରିବା ।  ଟାଟା କମ୍ପାନୀର ମନମୁଖୀ ବ୍ୟବସ୍ଥା ଯୋଗୁଁ ସାରା ଓଡ଼ିଶାରେ ୮୦୦୦ କର୍ମକର୍ତ୍ତାଙ୍କ ଛଟେଇ ପ୍ରତିବାଦରେ ରାଜ୍ୟ ବିଜେପି ସଭାପତିଙ୍କ ଆହ୍ୱାନକ୍ରମେ ଜଟଣୀ ବିଜେପି ବିଧାୟକ ପାର୍ଥିଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି। ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ଉପସଭାପତି ଡାକ୍ତର ବେହେରା, ମହିଳା ମୋର୍ଚ୍ଚା ସଭାପତି ପ୍ରବିଣା ଭଞ୍ଜଦେଓ ଭୁଆସୁଣୀ ମଣ୍ଡଳ ସଭାପତି ଭୀଷ୍ମ ନାରାୟଣ ଜେନା, ସୋମନାଥ ମଣ୍ଡଳ ସଭାପତି ପ୍ରଦୋଷ ଜେନା, ଉତ୍ତର ଖୋର୍ଦ୍ଧା ମଣ୍ଡଳ ସଭାପତି ସଂଗ୍ରାମ କେଶରୀ ସାମନ୍ତ ସିଂହାର, ସାଂସଦ ପ୍ରତିନିଧି ପଦ୍ମଚରଣ ପ୍ରଧାନ ଓ ରବି ନାରାୟଣ ସ୍ବାଇଁ ଜଟଣୀ ନଗର ମଣ୍ଡଳ ପ୍ରଭାରୀ ବିଜୟ କୁମାର ସ୍ବାଇଁ,  ନଗର ଉପସଭାପତି ଲିଟୁ ରଞ୍ଜନ ରାଉତରାୟ, ଚକ୍ରଧର ବେହେରା,ସାଧରଣ ସଂପାଦକ ପ୍ରଶାନ୍ତ ବେହେରା ଯୁବମୋର୍ଚ୍ଚା ସଭାପତି ନାଗଭୂଷଣ ରାୟ, ମହିଳା ମୋର୍ଚ୍ଚା ସଭାପତି ସଂଯୁକ୍ତା ରାୟ,ଏବଂ ଅନ୍ୟାନ୍ୟ ପ୍ରମୁଖ ନେତୃମଣ୍ଡଳୀଙ୍କ ସହ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୯/୭/୨୦୨୧,୪,୨୦
 Sakhigopal News 19/7/2021 

Blog Archive

Popular Posts