ସୋଲାର ପାଣି ଟାଙ୍କି ସାତମାସ ହେବ ଖରାପ , ଅଭିଯୋଗ କଲେ ମଧ୍ୟ ଫଳଶୂନ୍ୟ
ସାକ୍ଷୀଗୋପାଳ ------ ସରକାର ଜନସାଧାରଣଙ୍କ ପାଇଁ ବହୁ ଜନହିତକର ଯୋଜନା ପ୍ରଣୟନ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ତାହା କିପରି ଚାଲୁଛି ତାହା ଦେଖିବାକୁ କେହି ନାହାନ୍ତି ଯେପରି । ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ସାରଙ୍ଗଯୋଡି ବଜାର ନିକଟରେ ଏକ ସୋଲାର ପାଣି ଟାଙ୍କି ନିର୍ମାଣ କରାଯାଇଛି । ଏହା ହେବାର ଅଳ୍ପଦିନ ପରେ ଅଚଳ ହୋଇ ପଡି ରହିଛି । ଗ୍ରାମବାସୀ ମାନେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ବିଭାଗୀୟ ଜେଇଙ୍କୁ ଜଣାଇଥିଲେ ମଧ୍ୟ କିଏସେ ଏହା ମରାମତି କରିବ କାହା ପାଖରେ ଉତ୍ତର ନାହିଁ । ଯାହା ଫଳରେକି ସରକାରଙ୍କ ଏହି ଯୋଜନା କେବଳ କାଗଜ ପତ୍ରରେ ରହିଯାଇଛି । ଲୋକମାନେ ଏହାର ସୁଫଳ ପାଇ ପାରୁନାହାନ୍ତି । ସରକାର ଏହି ଯୋଜନା ପାଇଁ ଲକ୍ଷ ଲକ୍ଷଟଙ୍କା ଖର୍ଚ୍ଚ କରିଛନ୍ତି । ମାତ୍ର ତାହା ଏବେ ଜନସାଧାରଣଙ୍କ ।କମରେ ଆସୁନାହିଁ ବୋଲି ସୁଜିତ କୁମାର ସାହୁ, ରମେଶ ପଲେଇ, ନବ କିଶୋର ପ୍ରଧାନ, ଅନାମ ପରିଡା ପ୍ରମୁଖ କହିବା ସହ ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୧---୪,୫୫
Sakhigopal News, 23/7/221