Breaking News

ପିଇବା ପାଣି ନ ମିଳିବାରୁ ଗ୍ରାମବାସୀ ବିଡିଓଙ୍କ କାର୍ଯ୍ୟାଳୟ ଦୁଆର ବନ୍ଦ କରି ଧାରଣାରେ ବସିଲେ =

 


ସାକ୍ଷୀଗୋପାଳ-------  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ  ଗ୍ରାମ ପଞ୍ଚାୟତର ବୁଢ଼ୀମରା ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିବାରୁ ଗ୍ରାମର ଶତାଧିକ ପୁରୁଷ ମହିଳା ସତ୍ୟବାଦୀ ବ୍ଳକ ବିଡିଓଙ୍କ କାର୍ଯ୍ୟାଳୟ ଦୁଆର ବନ୍ଦ କରି ଧାରଣା ଦେଇଥିଲେ । ଏହାକୁ ନେଇ ସେଠାରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଖବର ପାଇ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ବନ୍ଦଥିବା ଦୁଆର ଖୋଲିଥିଲେ ।

ସୁଚନା ଯୋଗ୍ୟ ଯେ ରାଜ୍ୟ ସରକାର ବୀରଗୋବିନ୍ଦପୁର ଗ୍ରାମ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚୁକେରା ଗ୍ରାମ ମୁଣ୍ଡରେ ଏକ ପାଣି ଟାଙ୍କି କରିଛନ୍ତି । ଏହି ଟାଙ୍କିରୁ ବୀରଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯାଇଛି । ମାତ୍ର ଏବେ ରାଇସିମିଲ ଓ ପ୍ରୋଟୋଲ ପମ୍ପ, ସାର ଆଦି ବ୍ୟବସାୟିକ ସଂସ୍ଥାକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ପାଇପି ବିଛା ଯାଉଛି ବୋଲି ଗ୍ରାମବାସୀ ମାନେ ତୁରନ୍ତ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି ।  ଦୁଇ ବା ତିନି ଦିନରେ ଥରେ ବୁଢ଼ୀମରା ଗ୍ରାମବାସୀ ମାନେ ପାନୀୟ ଜଳ ପାଇଥାନ୍ତି ତାହା ପୁଣି ଅଳ୍ପ ପରିମାଣର । ଏ ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କୁ ଜଣାଇବା ସହିତ ବିଡିଓ ଓ ଜିଲ୍ଲାପାଳଙ୍କୁ ଗ୍ରାମାବସୀ ମାନେ ଜଣାଇଥିଲେ । କୌଣସି ସୁଫଳ ନ ମିଳିବାରୁ ଆଜି ଘେରାଉ କରିଛନ୍ତି  । ପାନୀୟ ଜଳ ନ ଥିବାରୁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଗଡିଆ , ଯୋର ପାଣି ବ୍ୟବହାର କରିଥାନ୍ତି । ଯାହାକି ବିଭିନ୍ନ ରୋଗରେ ଗ୍ରାମବାସୀ ମାନେ ପଡୁଛନ୍ତି । ଏହାକୁ ନେଇ  ଗ୍ରାମର ଯୁବକ ଦୁର୍ଯ୍ୟୋଧନ ସ୍ୱାଇଁ, କୈଳାସ ଭୋଇ, ଅପର୍ତ୍ତି  ପ୍ରଧାନ, ଜନାର୍ଦ୍ଧନ  ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗଣ୍ଠ ଭୋଇ,ସଦାଶିବ ପ୍ରଧାନଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା । ବିଡିଓ କ୍ଷୀରୋଦ କୁମାର ବେହେରା, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ଆଇଆଇସି ଶ୍ରୀ ପାତ୍ରଙ୍କ ଉପସ୍ଥିତିରେ ଏକ ଆଲେଚନା କରାଯାଇଥିଲା । ପାଣି ଚୋରୀକୁ ତୁରନ୍ତ ରୋକା ଯିବା ସହ ବୁଢ଼ୀମରା  ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ନିସ୍ପତି ହେବା ପରେ ଆନ୍ଦୋଳନକାରୀ ମାନେ ଉଠିଥିଲେ । ଅନ୍ୟ ପକ୍ଷେ ବିଡିଓ କହନ୍ତି ଏ ସମ୍ପର୍କରେ ଆଲେଚନା ନ କରି ହଠାତ ଅଫିସ ଦୁଆର ବନ୍ଦ କରିବାକୁ ସେ ନାପସନ୍ଦ କରିଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୭/୨୦୨୧---୬,୫୫

  Sakhigopal News, 27/7/2021

Blog Archive

Popular Posts