Breaking News

ଚିକଟି ବିଧାୟିକା ଙ୍କ ଦ୍ଵାରା ଆହାର କେନ୍ଦ୍ର ଓ କଲ୍ୟାଣ ମଣ୍ଡପ ଉଦଘାଟନ



ଚିକଟି---ଗଞ୍ଜାମ ଜିଲ୍ଳାର ଚିକଟି ନିର୍ବାଚନ ମଣ୍ଡଳୀ ର ଚିକଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆହାର କେନ୍ଦ୍ର ଓ କୁମ୍ଭାର ସାହି ରେ ଏକ କଲ୍ୟାଣ ମଣ୍ଡପ କୁ ସ୍ଥାନୀୟ ବିଧାୟିକା ତଥା ବିଜୁ ଜନତା ଦଳ ର ଉପସଭାନେତ୍ରୀ ଶ୍ରୀମତୀ  ଉଷା ଦେବୀ ଙ୍କକରମଳରେ ଉଦଘାଟନ କରିଛନ୍ତି ।ଏହି କାର୍ଯ୍ୟକର୍ମ ରେ ଗଂଜାମ ଜିଲ୍ଲାପାଳ  ବିଜୟ ଅର୍ମୁତ କୁଲାଙ୍ଗେ ଙ୍କ ସମେତ ଉପ ଜିଲ୍ଲାପାଳ  କାର୍ତ୍ତି ଭାସନ ଓ ଜିଲ୍ଲାର ଯୋଜନା ଅଧିକାରୀ ଙ୍କ ସମେତ ବହୁ ଦଳୀୟ ସମର୍ଥକ ଓ ସରକାରୀ ପଦାଧିକାରୀ ମାନେ ଉପସ୍ଥିତଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଆବାସ ଯୋଜନା,ପେନସନ ଯୋଜନା, ବିକଳାଙ୍ଗ ଓ ବିଧବା ଭତ୍ତା ପ୍ରଭୃତି ବଣ୍ଟନ କରିବା ସହିତ ଏହାର କାର୍ଯ୍ୟକୁ ସମୀକ୍ଷା କରିଥଲେ ବିଧାୟିକା। ଯୁବ ସମାଜ ସେବୀ    ଚିନ୍ମୟାନନ୍ଦ ଓ  ସ୍ୱରୂପ ଦେଓ ଲୋକଙ୍କ ସମସ୍ୟା ଓ ଏହାର ପ୍ରତିକାର କୁ ପ୍ରାଧ୍ୟାନ୍ୟ  ଦେଇ ସୁପରିଚାଳନା କରିଥିଲେ ।
ଗଞ୍ଜାମ ରୁ  ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ , ୨୩/୭/୨୦୨୧----୬,୩୦
 Sakhigopal News 23/7/2021

Blog Archive

Popular Posts