ଆଠଶହ ମୋ ଉପକାରୀ ବଗିଚାର ପତ୍ତା ମିଳୁନଥିବା ବେଳେ ଏବେ ପୁଣି ଆଠଶହ ବଗିଚା ଲୁଟିବା ପାଇିଁ ଆରମ୍ଭ ହୋଇଛି ଉଦ୍ଦ୍ୟମ
ସାକ୍ଷୀଗୋପାଳ------- ସତ୍ୟବାଦୀ ବ୍ଳକକୁ ୨୦୨୧-୨୦୨୨ ବର୍ଷ ପାଇଁ ଆଠଶହ ମୋ ଉପକାରି ବଗିଚା ସରକାର ଯୋଗାଇ ଦେଇଛନ୍ତି । ୨୪ ଟି ପଞ୍ଚାୟତକୁ ମୋ ଉପକାରୀ ଉଦ୍ୟାନ ଆସିଛି । ଏଥିପାଇଁ ସରକାର ଗୋଟିଏ ଗୋଟିଏ ବଗିଚା ପାଇଁ ୧୨ ହଜାର ଟଙ୍କା ପ୍ରଦାନ କରିବା ସହ ମଞ୍ଜି ଯୋଗାଇ ଦେଉଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ୨୦-୨୧ ବର୍ଷରେ ୮ଶହ ମୋ ଉପକାରୀ ବଗିଚା ମିଳିଥିଲା । ଏବେ ଖୋଜିଲେ ଗୋଟିଏ ବି ମୋ ଉପକାରୀ ବଗିଚା ମିଳୁନାହିଁ । ଅଧିକାରୀ ମାନେ କହନ୍ତି ୧୨ ହଜାର ଟଙ୍କା ଦେଉଛନ୍ତି ଗୋଟିଏ ମାସ ପରେ ସେ ବଗିଚା ଭାଙ୍ଗି ଯାଉଛି । ଲୋକମାନେ କରୁ ନାହାନ୍ତି । ଏପରିକି ଗୋଟିଏ ଗୋଟିଏ ପରିବାର ଦୁଇରୁ ତିନୋଟି ବଗିଚା ହାତେଇ ନେଇଥିବା ଜଣାପଡିଛି । ଏହି ଉଦ୍ୟାନ ଗୁଡିକ କେବଳ କାଗଜ ପତ୍ରରେ ଚାଲିଛିବୋଲି ଅଭିଯୋଗ ମାନ ହେଉଛି । ଗୋଟିଏ ଉଦ୍ୟାନକୁ ଦେଖାଇ ବିଲ କରାଯାଇଥିବା ଜଣାପଡିଛି । ଯାହାର ଜମି ଗୁଣ୍ଠଟିଏ ନାହିଁ ବା ଘର ଡିହ ବ୍ୟତିତ ଅନ୍ୟ କିଛି ନାହିଁ େ=ସମାନେ ଦୁଇରୁ ତିନୋଟି ବଗିଚା ପାଇଁ ଛନ୍ତି ବୋଲି ମହିଳା ଗୋଷ୍ଠୀ ମାନେ ଅଭିଯୋଗ ଆଣିଛନ୍ତି । ଓଡିଶା ଜୀବିକା ମିଶନ ବଗିଚା ପାଇଁ ହିତାଧିକାରି ଚୟନ କରୁଥିବା ବେଳେ ଅର୍ଥ ବ୍ଳକର ଏନଆରଜିଏସ ପକ୍ଷରୁ ପୈଠ କରାଯାଉଥିବା ଜଣାପଡିଛି । ଏବେ ୮ଶହ ବଗିଚା ଆସିଥିବା ଜଣାପଡିଛି । ଏହାକୁ କିପରି ହଡପ ଓ ଗୋଟିଏ ଗୋଟିଏ ପରିବାର ହାତେଇବେ ସେଥିପାଇଁ ଆରମ୍ଭ ହୋଇଯାଇଛି ଉଦ୍ଦ୍ୟମ । ଗାଁ ଗଣ୍ଡାରେ ଲିଷ୍ଟ ତିଆରି ସରି ଓଡିଶା ଜୀବୀକା ମିଶକ ଅଧିକାରିଣୀଙ୍କ ପାଖରେ ପହଞ୍ଚିଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ଗତ ବର୍ଷର ଆଠଶହ ମୋ ଉପକାରୀ ବଗିଚା ମଧ୍ୟରୁ ଗୋଟିଏ ବଗିଚା ନଥିବା ବେଳେ ପୁଣି ଏବେ ଆଠଶହ ମୋ ଉପକାରୀ ବଗିଚା ବଣ୍ଟନ କରାଯିବ । ହିତାଧିକାରୀ ଚୟନ କେଉଁ ପ୍ରକିୟାରେ କରାଯାଉଛି ତାହା ଜନପ୍ରତିନିଧି ମାନେ ଜାଣି ନାହାନ୍ତି । ସେମାନଙ୍କ ଅଗୋଚରରେ ଏହା କରାଯାଉଛି ବୋଲି ଅନେକ ଜନପ୍ରତିନିଧି ମାନେ କହିଛନ୍ତି । ରାତି ଅଧରେ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରାଯାଉଛି । ଦେଖାଯାଉ ମୋ ଉପକାରୀ ବଗିଚା ଏବେ ସତ୍ୟବାଦୀରେ କିପରି ଚୟନ କରାଯିବ ତାହା ଦେଖିବାକୁ ବାକି ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୭/୨୦୨୧---୮,୪୦ = Sakhigopal News, 22/7/2021