Breaking News

ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ : ଘଟଣାରେ ଜଣେ ନାବାଳକ ସମେତ ୫ ଗିରଫ

 
ଭଞ୍ଜନଗର-- ଦୁଇ ମାସ ପୂର୍ବରୁ ଏକ ଫାଇନାନ୍ସ କମ୍ପାନୀ ର ଜଣେ ଏଜେଣ୍ଟ୍ଙ୍କ ଠାରୁ ନଗଦ ଏକଲକ୍ଷ ଟଙ୍କା ଲୁଟ ହୋଇଥିଲା ।  ଘଟଣାର  ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଟଙ୍କା , ୩ଟି ବାଇକ୍ ଓ ମାରଣାସ୍ତ୍ର ଜବତ କରିଛି ଗାଙ୍ଗପୁର ଥାନା ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ । ସୂଚନା ପ୍ରକାରେ ଗତ ମଇ ମାସ  ୧୪ ତାରିଖରେ  ଅନ୍ନପୂର୍ଣ୍ଣା ଫାଇନାନ୍ସ ର ଏଜେଣ୍ଟ  ନଗଦ ଟଙ୍କା ଧରି ଫେରୁଥିବା ସମୟରେ ଡକାୟତି ହୋଇଥିଲା  । ଏହି ଘଟଣାର ଜଣେ ନାବାଳକ ସମେତ , ସିଂହମର୍ଦନ ଗ୍ରାମର , ରମେଶ ବିଷୋୟୀ , ଝାଡବନ୍ଧ ଗ୍ରାମ ର ସୁବ୍ରତ ଜେନା , ଭେଟନଈ ଗ୍ରାମର ବାଦଲ ଦାସ , ରାମଚନ୍ଦ୍ରପୁର ର ବଳରାମ ପ୍ରଧାନ ଙ୍କୁ ପୋଲିସ ଗିରଫ କରିବା ସହ , ସେମାନଙ୍କ ଠାରୁ ୩ ଟି ମୋଟରସାଇକେଲ , ମୋବାଇଲ , ଓ ଛୁରୀ ଜବତ କରିଛନ୍ତି । ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୫/୭/୨୦୨୧ ୧୦,୧୫ Sakhigopal News,25/7/2021 

Blog Archive

Popular Posts