Breaking News

ତିନି ଦିନିଆ କନ୍ଧମାଳ ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା ଓ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର


କନ୍ଧମାଳ----ବାଲିଗୁଡ଼ାରେ ତିନିଦିନିଆ କନ୍ଧମାଳ ଗସ୍ତ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ତଥା କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ବାଲିଗୁଡା ନିର୍ବାଚନ ମଣ୍ଡଳୀ ର କ. ନୂଆଗାଁ ଗସ୍ତ କରିଛନ୍ତି l କ.ନୂଆଗାଁ ଡାକବଙ୍ଗଳା ଠାରେ ଦୁଇ ପର୍ଯ୍ୟବେକ୍ଷକ ଙ୍କୁ ଦଳୀୟ କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଡାକ ବଙ୍ଗଳା ଠାରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ ର ଯୁବ,ମହିଳା, ଛାତ୍ର ଓ ବ୍ଲକ କମିଟି ର କର୍ମୀ ଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ସାଙ୍ଗଠନିକ ସ୍ଥିତି ନେଇ ବାଲିଗୁଡା ବିଧାୟକ ଚକ୍ରମଣି କହ୍ନର ଓ ବିଜେଡି କର୍ମୀ ଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ଦୁଇ ପର୍ଯ୍ୟବେକ୍ଷକ । ଏହି କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ବ୍ଲକ ସଭାପତି ତଥା କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ପ୍ରମୋଦ ସାହୁ, କ. ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, କୋଟଗଡ଼ ବ୍ଲକ ସାଂସଦ ପ୍ରତିନିଧି ମନୋଜ ସାବତ ସମେତ ଚାରୋଟି ବ୍ଲକ ର ବିଜେଡି କର୍ମୀ ଉପସ୍ଥିତ ଥିଲେ ।
ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୩୧/୭/୨୦୨୧------- ୧୦,୪୦
Sakhigopal News,31/7/2021

Blog Archive

Popular Posts