ଭେଡେନ ବ୍ଲକ ରେମଣ୍ଡା ଓ ରୁଷୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟିରେ ସାମିଲ ହେଲା
ଭେଡେନ----- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଓ ରୁଷୁଡା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟ ସରକାରଙ୍କ ୫ଟି ରେ ସାମିଲ କରିଛନ୍ତି। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଦ୍ୟାଳୟ ର ଆବଶ୍ୟକ ଭିତ୍ତିଭୂମି ସଂପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେଶୱାଲ ଓ ପରିଚାଳନା କମିଟି ର ସଭାପତି ତଶୋବନ୍ତ ବେହେରାଙ୍କ ସହିତ ଆଲୋଚନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଯାହା କିଛି ଅସୁବିଧା ଅଛି, ସରକାରଙ୍କ ୫ଟି ବିଦ୍ୟାଳୟ ମାଧ୍ୟମରେ ଆଥିର୍କ ସାହାଯ୍ୟ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହୋଇ ଭବିଷ୍ୟତ ସୁନାଗରିକ ହୋଇ ପାରିବେ। ବିଦ୍ୟାଳୟ ଏକ ମଡେଲ ବିଦ୍ୟାଳୟ ହେବ । ଏହି ସମୟରେ ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଜିଲ୍ଲାପରିଷଦ ସଭ୍ୟ ସୁବାସ ହୋତା ଶିକ୍ଷାବିତ୍ ଡକ୍ଟର ମନୋରଞ୍ଜନ ମେହେର, ହରିଶଙ୍କର ବେହେରା, ଆସିଷ୍ଟାଣ୍ଟ ଇଂଜିନିୟର ଶୈଲେଶ ଢେଲକି ସମେତ ପରିଚାଳନା କମିଟିର ସଦସ୍ୟ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ପୂର୍ବତନ ଛାତ୍ର, ଗ୍ରାମ ର ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ। ପରିଶେଷରେ ଶିକ୍ଷକ ପର୍ଶୁରାମ ପାତ୍ର ଧନ୍ୟବାଦ ଦେଇଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୭/୨୦୨୧----୪,୫୦। Sakhigopal News 23/7/2021