ଡେଲାଙ୍ଗ ବ୍ଲକର ଉନ୍ନୟନ କାର୍ଯ୍ୟ ଦେଖିଲେ ପ୍ରକଳ୍ପ ନିଦ୍ଦେର୍ଶକ;ସଠିକ୍ କାର୍ଯ୍ୟ ନହେଲେ ବିଲ ସ୍ଥଗିତ ରଖିବାକୁ ନିଦ୍ଦେର୍ଶ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକରେ ନିର୍ମାଣଧିନ ବିଭିନ୍ନ ପ୍ରକଳ୍ପ ଗୁଡିକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜୋତିଶଙ୍କର ମହାପାତ୍ର ବୁଲିକି ଦେଖିଛନ୍ତି । ପ୍ରଥମେ ଜେନାପୁର ପଞ୍ଚାୟତ ଅର୍ନ୍ତଗତ ପୋଷଲ ଅଙ୍ଗନୱାଡି ଗୃହ,ଗୁଆଳିପଡା ପଞ୍ଚାୟତର ହୁମର ଗ୍ରାମରେ ଗ୍ରାମୀଣ ଉଦ୍ୟାନ ପାର୍କ ଓ କଲ୍ୟାଣ ମଣ୍ଡପ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ରାଧାକାନ୍ତ ବିଦ୍ୟାପିଠ,ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହତାବ ଉଚ୍ଚ ବିଦ୍ୟାଳୟର ନିର୍ମାଣଧିନ କାର୍ଯ୍ୟକୁ ବୁଲି ଦେଖିବା ସହିତ କେତେକ ସ୍ଥାନରେ କାର୍ଯ୍ୟ ସଠିକ ହୋଇନଥିବାରୁ ଶ୍ରୀମହାପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସଠିକ୍ କାର୍ଯ୍ୟ ନହେଲେ ବିଲ ସ୍ଥଗିତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ବ୍ଲକରେ କାର୍ଯ୍ୟନହୋଇ ପଡିରହିଥିବା ୪୦୮ଟି ଗ୍ରାମୀଣ ଆବାସ ଯୋଜନା କୁ ଯଥାଶିଘ୍ର ସମ୍ପୁର୍ଣ୍ଣ କରିବାକୁ କହିଛନ୍ତି । ମିଶନଶକ୍ତି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ସହିତ ବ୍ଲକରେ ଅନ୍ୟ ପ୍ରକଳ୍ପ ଗୁଡିକ ନିର୍ଦ୍ଧାରିତ ସମୟରେ ସାରିବାକୁ ବ୍ଲକ ବିଡିଓ ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଗ୍ରସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ତହସିଲଦାର ମହେନ୍ଦ୍ର କୁମାର ବଢେଇ,ସହକାରୀଯନ୍ତ୍ରୀ ରାଜେଶ୍ୱର ମହାରଣା,କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ,ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା,ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା ,ସୁଜନପୁର ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ରାଉତରାୟ,ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୨୮---୮,୩୦
Sakhigopal News,29/7/2021