ଭାରତ ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ
ସାକ୍ଷୀଗୋପାଳ -----ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ବ୍ରାହ୍ମଣପଡା ଗ୍ରାମରେ ବୃକ୍ଷ ରୋପଣ କରାଯାଇଛି । ଏହା ସହିତ ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ ଏକ ଦିବ୍ୟାଙ୍ଗ ପରିବାରଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି । ଏ ପରିବାର ସମ୍ପର୍କରେପୁରୀ ଜିଲ୍ଲା ପ୍ରଶାସନକୁ ନିବଦେନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଗ୍ରାମବାସୀଙ୍କ ସହଯୋଗରେ ବୃକ୍ଷ ରୋପଣ କରାଯାଇଥିଲା । ସଂଗଠନର ଉପସଭାପତି ବିଷ୍ଣୁ ମହାରଣା, ସଭ୍ୟ ବିନିତ ଶତପଥୀ, ସ୍ୱାଧୀନ ଶତପଥୀ, ସଂଗଠନର ସମ୍ପାଦକ ବସନ୍ତ କୁମାର ସ୍ୱାଇଁ, ସେବା ସଚ୍ଚିବ ବ୍ରଜ କିଶୋର ପାଇକରାୟ, ସଂଗ୍ରାମ କେଶରୀ ମହାପାତ୍ର ଓ ଗ୍ରାମର ଯୁବକ ମାନେଉପସ୍ଥିତିରେ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଚ୍ଚିବ ନବଘନ ଶତପଥୀ ଓ ପ୍ରାନ୍ତୀୟ ସଂସ୍କାର ସଚ୍ଚିବ ସତ୍ୟବାଦୀ ଦାଶ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୭/୨୦୨୧----୭,୨୫
Sakhigopal News, 27/7/2021