Breaking News

ବିଶ୍ୱନାଥ ପାହଡ ଉପରକୁ ପାନୀୟ ଜଳ ଯୋଗାଣ


 ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବିଶ୍ୱନାଥ ପାହଡର ଶିର୍ଷ ରେ ଥିବା ବାବା ବିଶ୍ୱନାଥ ଦେବଙ୍କ ବିଜେସ୍ଥଳି ରହିଛି ।  ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ ପାହଡ ଶିର୍ଷରେ ଥିବା ଶ୍ରୀ ଶ୍ରୀ ବାବା ବିଶ୍ୱନାଥ ଦେବଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରକୁ ଯାଇଥିବା  ପାନୀୟ ଜଳ ଯୋଗାଣ ପ୍ରାୟ ୧ମାସ ହେବ ବନ୍ଦ ହୋଇ ପଡି ରହିଛି । ଠାକୁରଙ୍କ ସେବା ନୀତି ଓ ଭକ୍ତ ମାନଙ୍କ ପାଇଁ ପ୍ରତିଦିନ ପାହଡ ପାଦଦେଶରେ ଥିବା ଗଡକାଳୁପଡା ଗ୍ରାମରୁ ସେବାୟତ ମାନେ ଭାରରେ ପାଣି ନେଇ  ଠାକୁରଙ୍କ ନିତୀକାନ୍ତି କରିଥାନ୍ତି । ସମସ୍ୟାର ସମାଧାନ ପାଇଁ ବିଡିଓ ମନ୍ଦିର ଟ୍ରଷ୍ଟର ସଦସ୍ୟ ,ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷ ଓ ସ୍ଥାନୀୟ ସରପଞ୍ଚଙ୍କୁ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।  ମନ୍ଦୀରରୁ ଫେରିବା ପରେ ବିଡିଓ ବ୍ୟକ୍ତିଗତ ଭାବେ ସମସ୍ୟାର ସମାଧନ ପାଇଁ ହସ୍ତକ୍ଷେପ କରିଥିବା ଜଣାପଡିଛି । ଭାଙ୍ଗି ପଡିଥିବା ଜଳ ଯୋଗାଣ ପାଇପି ଓ ମଟର ମରାମତି କାର୍ଯ୍ୟ ସମ୍ପନ୍ନ ହେବା ପରେ ଆଜି ବିଶ୍ୱନାଥ ପାହଡ ଉପରେ ଥିବା ମନ୍ଦିରକୁ ପୁନଃ ଜଳ ଯୋଗାଣ ଆରମ୍ଭ ହୋଇଥିବା ବିଡିଓ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ଠାରୁ ସୁଚନା ମିଳିଛି ।

 ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତି, ୨୫/୭/୨୦୨୧---୯୨୦ 

 Sakhigopal News , 25/7/2021


Blog Archive

Popular Posts