Breaking News

ଜାହାଡ଼ା ଋଷିକୂଲ୍ୟା ନଦୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର


ଧରାକୋଟ --- ଧରାକୋଟ ଥାନା ଅଧିନ ଜାହାଡ଼ା ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ ।ମୃତକ ଜଣକ ହେଲେ କିଶୋର ଚନ୍ଦ୍ର ରଥ। ସୂଚନା ମୁତାବକ କିଶୋର ଆଜି ଗାଧେଇବା ପାଇଁ ନଦୀ କୁ ଯାଇଥିଲେ । ସେଠାରେ ତାଙ୍କର ପାଦ ଖସି ଯାଇଥିଲା ଫଳରେ ସେ ନଦୀ ଭିତରେ ପଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧା ଙ୍କୁ ଉଦ୍ଧାର କରିଥିଲେ । ଧରାକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।ଡାକ୍ତର କିଶୋର ଙ୍କୁ ମୃତ ଘାଷଣା କରିଥିଲେ। ଧରାକୋଟ ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ପାଇଁ ଆସିକା କୁ ପଠାଇଥିବା ଜଣାପଡିଛି ।

ରିପୋର୍ଟ - କାଳୁ ଚରଣ ମହାପାତ୍ର,୨୯/୭/୨୦୨୧----୬,୧୫। 
Sakhigopal News,29/7/2021

Blog Archive

Popular Posts