ବେରବୋଇ ଲେବୁଲ କ୍ରଂସି ମରାମତି ପାଇଁ ୬ ଘଣ୍ଟା ଗମନାଗମନି ବନ୍ଦ ରହିବ; ଅଞ୍ଚଳବାସୀ ଆତଙ୍କିତ, ଯନ୍ତ୍ରୀ କହିଲେ ଭୁଲ ପୋଷ୍ଟର ଲାଗିଛି
ଡେଲାଙ୍ଗ -----ଇଷ୍ଟକୋଚ ରେଳ ବିଭାଗ ଖୋର୍ଦ୍ଧା ଡିଭିଜନର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ଲେବୁଲ କ୍ରଂସି ଠାରେ ଜରୁରୀ କାଳୀନ ମରାମତି କାର୍ଯ୍ୟ ପାଇଁ ରେଳ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ପୋଷ୍ଟର ମରାଯାଇଛି । ପୋଷ୍ଟର ମାଧ୍ୟମରେ ଜନସାଧାରଣ ମାନଙ୍କୁ ଜଣାଇ ଦିଆଯାଇଛି ଜରୁରୀ କାଳିନ ମରାମତୀ କାର୍ଯ୍ୟ ନିମନ୍ତେ ତାରିଖ୨୫/୭/୨୧ ରବିବାର ଦିନ ୧୦ ଘଟିକା ଠାରୁ ସନ୍ଧ୍ୟା ୪ଘଟିକା ପର୍ଯ୍ୟନ୍ତ ରେଳଫାଟକ (କେପି-୧୪)ଯାତାୟତ ପାଇଁ ବନ୍ଦ ରହିବ ବୋଲି ପୋଷ୍ଟର ଲଗାଯାଇଛି । ଯାହା ଦ୍ୱାରା ଏହି ପୋଷ୍ଟର ଦେଖି ଡେଲାଙ୍ଗ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । କାରଣ ଏହି ରାସ୍ତା ଦେଇ କଣାସ ଓ ଖୋର୍ଦ୍ଧାକୁ ଜନସାଧାରଣ ଓ ଯାନବାହନ ପ୍ରତ୍ୟକ ଦିନ ଯାତାୟତ କରିଥାଏ । ଅନ୍ୟ ପକ୍ଷେ ଏହି ରାସ୍ତାରେ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,ବ୍ଲକ,କଲେଜ ଓ ସ୍କୁଲ ଭଳି ଅତ୍ୟାବଶ୍ୟକୀୟ କାର୍ଯାଳୟ ରହିଥିବା ବେଳେ ଦିନ ୧୦ ଘଟିକାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ପାଇଁ ରେଳଫାଟକ ବନ୍ଦ ରହିବ ଲଗାଯାଇଥିବା ପୋଷ୍ଟର ଏବେ ଚିନ୍ତାର କାରଣ ହୋଇଛି । ଯାହାଦ୍ୱାରା ଏହି ବନ୍ଦ ସମୟରେ ଜରୂରୀକାଳିନ ସେବାରେ ବିଶେଷ ପ୍ରଭାବ ପଡିବ । ରେଳ ବିଭାଗର ଯନ୍ତ୍ରୀ ହୃଦାନନ୍ଦ କରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଏହା ଭୁଲ ପୋଷ୍ଟର ଲଗାଯାଇଛି ରବିବାର ଦିନ ୧୦ଘଟିକା ରୁ ୪ଟା ଭିତରେ ଯେ କୈାଣସି ସମୟରେ ଏହି ରେଳ ଫାଟକ ର ମରାମତୀ କାର୍ଯ୍ୟ କରାଯିବ । ଏକଘଣ୍ଟା ଉକ୍ତ ରେଳ ଫାଟକ ବନ୍ଦ ରହିବ ବୋଲି ସେ କହନ୍ତି । ଏ ପୋଷ୍ଟର କିପରି ଏଠାରେ ଲାଗିଲା ସେ ଜାଣି ନାହାନ୍ତି ବୋଲି କହନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୭/୨୦୨୧----୮,୫୫
Sakhigopal News, 24/7/2021