ସତ୍ୟବାଦୀରେ କଳାକାର ମାନେ ଗୁରୁପୂର୍ଣ୍ଣିମାରେ ଗୁରୁଙ୍କୁ ପୂଜିଲେ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ କଳାକାର ମାନେ ଗୁରୁପୂର୍ଣ୍ଣିମାରେ ସେମାନଙ୍କ ଗୁରୁଙ୍କୁ ପୂଜା କରିଥିବା ଦେଖାଯାଇଛି । ଏହି ପରମ୍ପରା ବିଭିନ୍ନ କଳାକାର ମାନେ ବଜାୟ ରଖିଛନ୍ତି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ଲୋକକଳା ଗ୍ରାମ ବାଉଁଶବାଡି ଗାଦିବ୍ରହ୍ମଙ୍କ ପୀଠରେ ମୃଦଙ୍ଗ, ରାମଲୀଳା, ପାଲା, ପରିନାଟ ଓ ସଂକୀର୍ତ୍ତନ ଗୁରୁ କୁଳମଣୀ ବିଶ୍ୱାଳଙ୍କ ଶିଷ୍ୟ ମାନେ ଗୁରୁପୂଜନ କରିଛନ୍ତି । କୋଭିଡ ଆଇନ ଅନୁଯାୟୀ ଅଳ୍ପ କେତେଜଣ ଶିକ୍ଷ୍ୟ ମାନଙ୍କୁ ନେଇ ଏହି ଗୁରୁ ପୂଜନ କରାଯାଇଥିଲା । ଶିକ୍ଷ୍ୟ ଭାସ୍କର ସ୍ୱାଇଁ, ରମେଶ ଚନ୍ଦ୍ର ପଲେଇ, ସୁଦର୍ଶନ ପରିଡା, ରବୀନ୍ଦ୍ର ପରିଡା, ରମେଶ ଚନ୍ଦ୍ର ମହାରଣା, ରାଜକିଶୋର ବେହେରା, ରମେଶ ଚନ୍ଦ୍ର ଦାସ, ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହି ଗୁରୁ ବନ୍ଦନା ଗାନ କରିବା ସହ ଗୁରୁଙ୍କ ଆଦର୍ଶ ଉପରେ ଯୋଗ ଦେଇଥିବା ଶିଷ୍ୟ ମାନେ ଆଲୋକପାତ କରିଥିଲେ । ଶେଷରେ କିଛି ସମୟ ପାଇଁ ନାମସଂକୀର୍ତ୍ତନ କରାଯାଇଥିଲା । ରମେଶ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୭/୨୦୨୧----୮,୫୦
Sakhigopal News, 24/7/2021