Breaking News

ତାରାସିଙ୍ଗି ବନାଞ୍ଚଳରେ ସମ୍ବର ଶିକାର.ଦୁଇ ଶିକାରୀ ଗିରଫ , ମାଂସ,ଶିଙ୍ଗ ଓ କାତି ଜବତ, ଦୁଇ ଫେରାର



 
ଭଞ୍ଜନଗର - ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଂ ବନାଞ୍ଚଳ ଅନ୍ତର୍ଗତ  ମାଟିଗାଡିଆ ଗାଁ ନିକଟରୁ, ବନ୍ୟଜନ୍ତୁ  ଶିକାର ଅଭିଯୋଗରେ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଘଟଣା ସ୍ଥଳରୁ ଆଉ ଦୁଇ ଶିକାରୀ ଫେରାର ହୋଇ ଯାଇଥିବା ଜଣାପଡିଛି। ଏହାସହ ଗିରଫ ଅଭିଯୁକ୍ତଙ୍କ ଠାରୁ ସମ୍ବର ମାଂସ, ଶିଙ୍ଗ, କାତି ଓ ଟାଙ୍ଗିଆ ଜବତ ହୋଇଛି । ଗିରଫ ମାନେ ହେଲେ, ଜିତୁ ପ୍ରଧାନ ଓ ସୁବାସ ମଳିକ । ପୂର୍ବରୁ ମଧ୍ୟ ଏହି ଅଭିଯୁକ୍ତ ମାନେ, ବନ୍ୟଜନ୍ତୁ ଶିକାର କରୁଥିବା ନେଇ ବନବିଭାଗ ସୂଚନା ଦେଇଛି । ଏନେଇ ତାରାସିଙ୍ଗି ବନାଞ୍ଚଳର କେଶ୍ ନମ୍ବର ୪୦-୪୧-୪୨-୨୫/୨୬ ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।  ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଏସିଏଫଓ ରଶ୍ମି ରଞ୍ଜନ ସ୍ବାଇଁ । ଘଟଣା ପ୍ରକାରେ ଶିକାରୀ ମାନେ, ସୁରମଣି ବିଟ୍ ରେ ଗୋଟିଏ ସମ୍ବର ଶିକାର କରି ଫେରୁଥିବା ବେଳେ, ପେଟ୍ରୋଲିଙ୍ଗ୍ କରୁଥିବା ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ । ପରେ ସେମାନଙ୍କୁ ଧରି, ଜେରା ପରେ ସବୁ ଘଟଣା ଜଣା ପଡିଥିଲା । ତେବେ ଏହି ଅଭିଯୁକ୍ତ ମାନେ, କ୍ରମାଗତ ଭାବେ ବନ୍ୟଜନ୍ତୁ ଶିକାର କରି ଆସୁଥିବା ନେଇ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଙ୍କ ଠାରୁ ସୂଚନା ମିଳିଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩/୬/୨୦୨୫---୮,୪୫ Sakhigopal News,3/6/2025

Blog Archive

Popular Posts