ଅନଲାଇନ ରିଅଲଟି ସୋ “କିସ ମେ କିତନା ହେ ଦମ’ କାର୍ଯ୍ୟକ୍ରମର ଫାଇନାଲରେ ଓଡିଆ ପୁଅ ନିକେତନ =
ସାକ୍ଷୀଗୋପାଳ-------ନିକେତନ ଯଦି ପ୍ରତିଯୋଗିତାରେ ସଫଳତା ଲାଭ କରିବେ ତା ହେଲେ ଓଡିଶା ସହିତ ସତ୍ୟବାଦୀର ନାମ ଆଉଏକ ପାଦ ଆଗକୁ ଯିବବୋଲି ସ୍ଥାନୀୟ ବୁଦ୍ଧଜୀବୀ ମାନେ କହିଛନ୍ତି । ଆଜିର ଦିନରେ ଓଡିଆ ପିଲାମାନେ ବିଭିନ୍ନ କ୍ଷେତ୍ରରେ ବେଶ ସୁନାମ ଆଣି ପାରିଛନ୍ତି । ଡିଡି ପଞ୍ଜାବରେ ପ୍ରସାରିତ ଅନଲାଇନ ରିଅଲଟି ସୋ “କିସ ମେ କିତନା ହେ ଦମ’ କାର୍ଯ୍ୟକ୍ରମରେ ଫାଇନାଲରେ ପ୍ରବେଶ କରିଛନ୍ତି ଓଡିଆ ପୁଅ ନିକେତନ ମିଶ୍ର । ମିମିକ୍ରି ( ନକଲ) ବର୍ଗରେ ଭାଗ ନେବା ପାଇଁ ଅନଲାଇନ ମାଧ୍ୟମରେ ଅଡିସନ ଦେଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମନୋନୀତ ହୋଇ ପର୍ଯ୍ୟାୟ କ୍ରମେ ନିଜର ନିଖୁଣ ମିମିକ୍ରି କଳା ପ୍ରଦର୍ଶନ କରି ବିଚାରକ ମଣ୍ଡଳୀଙ୍କ ହୃଦୟ ଜିତି ଫାଇନାଲ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ପଞ୍ଚମ ଶ୍ରେଣୀରେ ଅଧ୍ୟନରତ ଅନିକେତ ମୁଖ୍ୟତଃ ବଲିଉଡ କଳାକାର ମାନଙ୍କର ମିମିକ୍ରି ବା ନକଲ କରିଥାନ୍ତି । ଏହି କଳା ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ରାଜ୍ୟ ଓ ଜାତୀୟ ସ୍ତରରେ ଭାଗ ନେଇ ପୁରଷ୍କୃତ ହୋଇଛନ୍ତି । ଏହା ସହିତ ଗଳ୍ପ, କବିତା, ଅଭିନୟ ଓ ମୃତିକା କଳା କରି ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ପୁରଷ୍କୃତି ହୋଇଛନ୍ତି । ସୁଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମର ଅନିକେତ ମିଶ୍ର ଏବେ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ମଦର ପବ୍ଳିକ ବିଦ୍ୟାଳୟର ୫ମ ଶ୍ରେଣୀର ଏବେ ଛାତ୍ର ଅଟନ୍ତି । ଏହି ଖବର ଜଣାପଡିବା ପରେ ତାଙ୍କ ପରିବାରଙ୍କୁ ଶୁଭେଚ୍ଛା ର ସୁଅ ସୁଟିଛି । ଅନିକେତ ଏହି ରିଅଲିଟି ସୋରେ ବିଜୟୀ ହୋଇ ଓଡିଶାର ନାମ ଟେକ ରଖିପାରିବା ସହିତ ସତ୍ୟବାଦୀର ନାମ ରହିବ ଏ ନେଇ ତାଙ୍କ ପିତା ଜାନକୀବଲ୍ଲଭ ମିଶ୍ର ଓ ମାତା ନନ୍ଦିତା ଆଚାର୍ଯ୍ୟ ସମସ୍ତଙ୍କର ସହଯୋଗ ଓ ଆଶୀବାର୍ଦ କାମନା କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୭/୨୦୨୧---୭,୦୦
Sakhigopal News, 27/7/2021