ଗାୟତ୍ରୀ ପରିବାର ପକ୍ଷରୁ ଗୁରୁ ପୂର୍ଣ୍ଣିମାରେ ଗାୟତ୍ରୀ ପ୍ରଜ୍ଞା ପିଠ ର ରତ୍ନମୁଦ ଉତ୍ସବ ପାଳିତ
ଭେଡେନ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଗାୟତ୍ରୀ ପରିବାର ପକ୍ଷରୁ ଗୁରୁ ପୂର୍ଣ୍ଣିମାରେ ଗାୟତ୍ରୀ ପ୍ରଜ୍ଞା ପିଠ ର ରତ୍ନମୁଦ ଉତ୍ସବ ପାଳିତ ହୋଇଯାଇଛି। ପୂଜକ ଭାବରେ ପୂର୍ଣ୍ଣ ଚନ୍ଦ୍ର ମେହେର ଓ ରାମ ଚନ୍ଦ୍ର ଭୋଇ ଯୋଗ ଦେଇ ନିଷ୍ଠାର ସହିତ ନିତି ନିୟମ ଅନୁସାରେ ପୂଜା କାର୍ଯ୍ୟ ସମାପନ କରିଥିଲେ ।ଏଥିରେ ମୁଖ୍ୟ କର୍ତ୍ତା ଭାବରେ ଶିବ ନାରାୟଣ ଶତପଥୀ ଓ ତାଙ୍କର ଧର୍ମପତ୍ନୀ ଓ ହାରାଚାନ୍ଦ ସାଥୁଆ ତାଙ୍କର ଧର୍ମପତ୍ନୀ ପ୍ରମିଳା ସାଥୁଆ ଯୋଗ ଦେଇଥିଲେ। ଗାୟତ୍ରୀ ପରିବାର ପୂର୍ଣ୍ଣ ଚନ୍ଦ୍ର ମେହେର, ଏକାଦଶୀଆ ହଟେଇ, ହାରଚାନ୍ଦ ସାଥୁଆ, ମୃତ୍ଯୁଜୟ କର, ଧନୁର୍ଜୟ ପାତ୍ର, ଜୟରାମ ସାହୁ ସମେତ ଗାୟତ୍ରୀ ପରିବାର ର ସମସ୍ତ ସଦସ୍ୟ /ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ଏଥିରେ ସହଯୋଗ କରିଥିଲେ ଗଣେଶ ସାଥୁଆ, ଦିଲିପକୁମାର ସାଥୁଆ, ତନୟ ପାତ୍ର ଆହୁରି ଅନେକ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୨୫/୭/୨୦୨୧-----୯,୪୫