୧୫ଶହ ବର୍ଷର ସର୍ବ ପୁରାତନ ପ୍ରାଚୀନ ମନ୍ଦିର ପୁନଃଉଦ୍ଧାର ହେବ-ମନ୍ତ୍ରୀ
ପିପିଲି-ପୁରୀ ଜିଲ୍ଲା ପିପିଲି ବ୍ଲକ ଅର୍ନ୍ତଗତ ବୀରପୁରୁଷତମପୁର ମହାପାତ୍ର ସାହିଠାରେ ଥିବା ଗତିଶ୍ୱର ଦେବଙ୍କ ମନ୍ଦୀର ପ୍ରାଙ୍ଗଣର ଦକ୍ଷୀଣ ପାର୍ଶ୍ୟରେ ଅବସ୍ଥିତ ୧୫ଶହ ବର୍ଷର ସର୍ବପୁରାତନ ସ୍ୱପ୍ନେଶ୍ୱର ମନ୍ଦି=ର କୁ ରାଜ୍ୟ ସଂସ୍କୁତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ରକ୍ଷାଣବେକ୍ଷଣ ଓ ତାର ପୁନଃଉଦ୍ଧାର କରାଯିବ ବୋଲି ପରିଦର୍ଶନରେ ଆସିଥିବା ସଂସ୍କୁତି ଓ ପର୍ଯ୍ୟଟନ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସୁଚନା ଥାଉକି ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ହେରିଟେକ(ଇନଟାକ) ଦ୍ୱାରା ବୀରପୁରୁଷତମପୁର ମହାପାତ୍ର ସାହି ନିକଟରୁ ଏହି ସର୍ବପୁରାତନ ପ୍ରାଚିନ ମନ୍ଦୀରର ସନ୍ଧାନ ମିଳିଥିଲା । ଏହି ଖବର ପାଇ ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହି ମନ୍ଦିର ନିକଟରେ ପହଞ୍ଚିି ତାର ସ୍ଥିତି ଅନୁଧ୍ୟାନ କରିଥିଲେ ।ଏବଂ ମନ୍ଦିର ର ପୁନଃଉଦ୍ଧାର ଓ ରକ୍ଷାଣବେକ୍ଷଣ ଖୁବ ଶିଘ୍ର ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗ୍ରାମ୍ୟ କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ମନ୍ଦିର ସମ୍ପର୍କରେ କିଛି ପଚାରି ବୁଝିଥିଲେ । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସର୍ବକ୍ଷେଣ ସଂସ୍ଥାର ଅଧିକ୍ଷକ ଅଶ୍ୱନି ଶତପଥି ,ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ,ଯଶୁଆପୁର ପଞ୍ଚାୟତ ପୁର୍ବତନ ସମିତିସଭ୍ୟ ଧୃବଚରଣ ପ୍ରଧାନ,ରୁପଦେଇପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ୍ତ କୁମାର ମିଶ୍ର,ସରସ୍ୱତୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅରୁଣ ଛାଟେଇ,ସମାଜସେବୀ ବାମଦେବ ଦାଶ ଓ ଗୋପାଳ ରଥ, ଗ୍ରାମବାସୀ ଜଗନ୍ନାଥ ତ୍ରିପାଠୀ ଓ ବୁଦ୍ଧନାଥ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ପିପିଲିରୁ ବିଜୟ କୁମାର ମହାପାତ୍ର, ୨୩/୭/୨୦୨୧---୫,୦୦=
Sakhigopal News, 23/7/2021