Breaking News

ମଡେଲ ବିଦ୍ୟାଳୟ ପାଇଁ ମହତାବ ଉଚ୍ଚ ବିଦ୍ୟାଳୟରେ ଭୂମିପୂଜା

 ଡେଲାଙ୍ଗ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟଟି ରସରକାରଙ୍କ ୫ଟି ଯୋଜନାରେ ଅନ୍ତଭୁକ୍ତ ହୋଇଛି । ଯାହା ଫଳରେକି ଉକ୍ତ ବିଦ୍ୟାଳୟଟି ଏକ ମଡେଲ ବିଦ୍ୟାଳୟ କରିବା ପାଇଁ ବିଜେଡି ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଏହି ବିଦ୍ୟାଳୟଟି ଡେଲାଙ୍ଗ ଓ କଣାସ ଅଞ୍ଚଳରେ  ପୁରାତନ ବିଦ୍ୟାଳୟ ଭାବେ ବେଶ ପରିଚିତ । ବିଦ୍ୟାଳୟର ଉନ୍ନତୀକରଣ ବା ମଡେଲ ବିଦ୍ୟାଳୟ ପାଇଁ ଭୂମିପୂଜା ସୁଜନପୁର ଗ୍ରାମ ପଞ୍ଚାୟତର ସରପଞ୍ଚପିୟମ୍ବଦା ରାଉତରାୟ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁନିନ୍ଦା ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ସହକାରୀ ଶିକ୍ଷୟତ୍ରୀ ନିବେଦିତା ତ୍ରିପାଠୀ ଓ ୫ଟି ଅଭିଯାନର ବିଦ୍ୟାଳୟର ପରିଚାଳନ କମିଟିର ସଦସ୍ୟସଦସ୍ୟା ମାନେ ଉପସ୍ଥିତି ରହିଥିଲେ । 

ଡେଲାଙ୍ଗରୁ ଧୀରେ=ନ୍ଦ୍ର ସେନାପତି, ୨୦/୭/୨୦୨୧----୭,୨୦  

 Sakhigopal News, 20/7/2021


Blog Archive

Popular Posts