ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ମିଳିଲା
ଡେଲାଙ୍ଗ ------ଡେଲାଙ୍ଗ ତହସିଲ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ନୁଆହାଟ ଗ୍ରାମର ରଞ୍ଜନ ବଳିଆରସିଂହ(୫୨) ବ୍ରେନ ଟିମ୍ୟୁର ରୋଗରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣା ସମ୍ପର୍କରେ ଖବର ପ୍ରସାରିତ ହୋଇଥିଲା । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟମନ୍ତ୍ରୀ,ପୁରୀ ଜିଲ୍ଲାପାଳ,ଡେଲାଙ୍ଗ ବିଡିଓ ଏବଂ ତହସିଲଦାରଙ୍କୁ ପିପିଲି ଟୁଇଟର ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରାଯାଇଥିଲା । ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ ନୁଆହାଟ ଗ୍ରାମରେ ପହଞ୍ଚି ବ୍ରେନ ଟିମ୍ୟୁର ପିଡିତ ରଞ୍ଜନଙ୍କ ଚିକିତ୍ସା ପାଇଁ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ବଳିଆରସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ହଜାର ଟଙ୍କାର ସହାୟତାର ରାଶି ପ୍ରଦାନ କରିଛନ୍ତି ।ଏହି ସହାୟତା ପ୍ରଦାନ ସମୟରେ ତହସିଲଦାରଙ୍କ ସମେତ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପଟ୍ଟନାୟକ ,ସମାଜସେବୀ ଅଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗରୁ =ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୧-------8,10- Sakhigopal News, 30/7/2021