Breaking News

ଡେଲାଙ୍ଗ ବ୍ଳକରେ ୪୦୮ ଟି ଆବାସ ଯୋଜନା ଗୃହ କାର୍ଯ୍ୟ ନ ହୋଇ ପଡି ରହିଛି

 ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ୨୧ ଗୋଟି ଗ୍ରାମ ପଞ୍ଚାୟତରେ ଏକ ସର୍ଭେରୁ ଜଣାପଡିଛି ଯେ ୪୦୮ ଟି ଆବାସ ଯୋଜନା ଏବେ ବିଭିନ୍ନ କାରଣ ଯୋଗୁ ପଡିଛହିଛି । ବିଶେଷ କରି ଧାନକେରା ଗ୍ରାମ ପଞ୍ଚାୟତରେ ସର୍ବାଧିକ ୪୭ଟି ଆବାସ ଯୋଜନା ପଡି ରହିଥିବା ବେଳେ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତରେ ଜଣେ ଘର କରିନଥବା ଜଣାପଡିଛି । ୧୦୬ଜଣଙ୍କର ଘର କାମ ଚାଲିଛି । ୧୫୭ ଜଣ ହିତାଧିକାରି କିଛି ଶୁଣୁନାହାନ୍ତି ।  ବିଭିନ୍ନ ଗ୍ରାମ ପଞ୍ଚାୟତରେ ୮୨ଜଣ ହିତାଧିକାରି ଘର କରିନାହାନ୍ତି । ୧୨ ଜଣଙ୍କର ଆବାସ ଯୋଜନାରୁ ରଦ୍ଧ କରାଯାଇ ଥିବା ବେଳେ ୨୨ଜଣ ବାହାରେ ରହିଥିବା ଜଣାପଡିଛି । ଏହି ଘର କାମ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ କରିବା କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟାଙ୍କୁ ବିଡିଓ ଦୀଲ୍ଲିପ କୁମାର ଷଡଙ୍ଗୀ  ନିବେଦନ କରିଥିବା ଜଣାପଡିଛି । ଅନ୍ୟ ପକ୍ଷେ ଲଘୁଚାପ ଜନିତ ବର୍ଷା ହେଲେ ମଧ୍ୟ ବ୍ଳକର କର୍ମଚାରୀ ମାନେ ଘରକୁ ଘର ବୁଲି ହିତାଧିକାରି ତାଲିକା ପ୍ରସ୍ତୁତି କରୁଥିବା ବିଡିଓଙ୍କ ଠାରୁ ସୁଚନା ମିଳିଛି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୭/୨୨୧ ----୮,୫୦  

 Sakhigopal News, 22/7/2021

Blog Archive

Popular Posts