Breaking News

୫ଟିରେ ସାମିଲ ହେଲା ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ


ଭେଡେନ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ୫ଟିରେ ଉଚ୍ଚ ବିଦ୍ୟାଳୟ ମନୋନୀତ ହୋଇଛି। ଆଜି ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଓ ଏଇଇ ଶୈଲେଶ ଢେଲକି ଆସି ସମୀକ୍ଷା ବୈଠକ କରିଛନ୍ତି । ବିଡିଓ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ୪୫ଲକ୍ଷ ଓ ଗ୍ରାମ ପଞ୍ଚାୟତ ତରଫରୁ ୧୫ ଲକ୍ଷ ଟଙ୍କା ମୋଟ୍ ୬୦ ଲକ୍ଷ ଟଙ୍କା ଏହି ବିଦ୍ୟାଳୟରେ ଖର୍ଚ୍ଚ ହେବ। ଏଥିରେ ଇ କ୍ଲାସ ରୁମ, ଇ ଲାଇବ୍ରେରୀ, ଉନ୍ନତ ଧରଣର ବିଜ୍ଞାନାଗାର ଓ ଉନ୍ନତ ଧରଣ ଖେଳ ପଡିଆ ପ୍ରସ୍ତୁତ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେଶୱାଲ, ବିଦ୍ୟାଳୟ ର ଅଧ୍ୟକ୍ଷ ତୋଷବନତ ବେହେରା, ସରପଞ୍ଚ ରାମେଶ୍ଵରୀ ନନ୍ଦ, ସମିତି ସଭ୍ୟ ଶିବ ପ୍ରସାଦ ଖମାରି, ଆଲୁମିନୀ ର କୋଷାଧ୍ୟକ୍ଷ ଗଂଗାଧର ମେହେର, ପି ଇ ଓ ଅକ୍ଷୟ ସାହୁ, ପରିଚାଳନା କମିଟିର ସଦସ୍ୟ ଗୋପାଲ ସେଟ, ଚିନ୍ତା ମଣି ରାଉତିଆ, ଶୁକ ସତପଥୀ, ସଞ୍ଜୟ ନନ୍ଦ, ହରମୋହନ ସେଟ ପ୍ରମୁଖ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଇଇ ଶୈଲେଶ ଢେଲକି ଙ୍କୁ ଏହି ସବୁ ର ପ୍ଲାନ୍ ଏଷ୍ଟିମେଟ ତିଆରି କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଦାୟିତ୍ଵ ଦିଆଯାଇଛି ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୩୧/୭/୨୦୨୧----୧୦,୧୫ Sakhigopal News,31/7/2021

Blog Archive

Popular Posts