ଗଡମୋଟରୀ ଗ୍ରାମପ୍ରଞ୍ଚାୟତ କଲ୍ୟାଣ ମଣ୍ଡପ ଉଦଘାଟିତ
ଡେଲାଙ୍ଗ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗଡମୋଟରୀ ଗ୍ରାମ ପଞ୍ଚାୟତର ନୂତନ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଯାଇଛି । ଏହି କଲ୍ୟାଣମଣ୍ଡପ ପାଇଁ ୪୨ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ନବ ନିର୍ମିତ କଲ୍ୟାଣ ମଣ୍ଡପ ରେ ରୋଷଘର ସହିତ ପ୍ରାଚୀର ସାମିଲ ରହିଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଠାରୁ ସୁଚନା ମିଳିଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବ୍ଲକ ଉପାଧ୍ୟକ୍ଷ ସ୍ୱପ୍ନା ବଳବନ୍ତରାୟ , ପୁର୍ବତନ ବ୍ଲକ ଅଧ୍ୟକ୍ଷ ବୋରାଗୀ ଜେନା, ଜିଲ୍ଲାପରିଷଦ ସଭ୍ୟ ମଳୟ କୁମାର ମହାନ୍ତି,ସରପଞ୍ଚ ସଂଯୁକ୍ତା ଚମ୍ପତିରାୟ ,ସରପଞ୍ଚଙ୍କ ପ୍ରତିନିଧି ରମଣୀ ରଞ୍ଜନ ଚମ୍ପତିରାୟ ପ୍ରମୁଖଙ୍କ ଉପସ୍ଥିତରେ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଛି । ଯାହା ଫଳରେକି ପଞ୍ଚାୟତର ଲୋକମାନେ ଏହି କଲ୍ୟାଣମଣ୍ଡପ ବ୍ୟବହାର କରି ପାରିବେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୭/୨୦୨୧----୯,୨୦
Sakhigopal News, 21/7/2021